ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳିକୁ ଦୃଷ୍ଟିରେ ରଖି ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନି ସାଓମି ନିଜ ଗ୍ରାହକଙ୍କ ପାଇଁ ଏକ ଦମ୍‌ଦାର୍ ଅଫର୍ ଲଞ୍ଚ୍ କରିଛି। ଏହି ଅଫର ଜରିଆରେ ଗ୍ରାହକମାନେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତିରେ ସ୍ମାର୍ଟଫୋନ୍ କିଣିପାରିବେ। ସ୍ମାର୍ଟ ଅପଗ୍ରେଡ୍ ନାମରେ ଏହି ନୂଆ ଅଫର ଲଞ୍ଚ୍ ହୋଇଛି। ତେବେ ଆସନ୍ତୁ ଜାଣିବା ଏହି ସ୍କିମ୍ ବିଷୟରେ…

ପୁରୁଣା ଫୋନ୍ ପାଇଁ ଲାଗୁ ହେବ ସ୍କିମ୍

ସବୁଠୁ ଖାସ୍ କଥା ହେଉଛି ଗ୍ରାହକମାନେ ନିଜ ପୁରୁଣା ଏମ୍‌ଆଇ ଓ ରେଡ୍‌ମି ଫୋନ୍‌କୁ ବଦଳାଇ ନୂଆ ସାଓମି ସ୍ମାର୍ଟଫୋନ୍ ପାଇପାରିବେ। ତେବେ ଫୋନ୍‌ଟି ୩ରୁ ୧୫ ମାସ ପୁରୁଣା ହୋଇଥିବା ଦରକାର।କିନ୍ତୁ ଫୋନ୍ କିଣିବା ପୂର୍ବରୁ ପ୍ରଥମେ କମ୍ପାନି ଆପଣଙ୍କ ପୁରୁଣା ଫୋନ୍‌ର ଦାମ୍ ଠିକ୍ କରିବ। ଆପଣ କିଣିବାକୁ ଚାହୁଁଥିବା ନୂଆ ଫୋନ୍‌ର ଦାମ୍‌ରୁ ସେତିକି ଟଙ୍କା ବାଦ୍ ଦିଆଯିବ। ଏହାପରେ ଆପଣ ନିର୍ଦ୍ଧାରିତ ମୂଲ୍ୟ ଦେଇ ନୂଆ ଫୋନ୍ ପାଇପାରିବେ।

କେମିତି ଠିକ୍ ହେବ ପୁରୁଣା ଫୋନ୍‌ର ମୂଲ୍ୟ?

ଯଦି ଆପଣଙ୍କ ଫୋନ୍ ୪ରୁ ୬ ମାସ ପୁରୁଣା ହୋଇଥିବ, ତେବେ ଆପଣଙ୍କୁ ନୂଆ ଫୋନ୍ ଉପରେ ୭୦ ପ୍ରତିଶତ ରିହାତି ମିଳିବ। ଫୋନ୍‌ ଯଦି ୭ରୁ ୯ ମାସ ପୁରୁଣା ହୋଇଥିବ ତେବେ ୬୦ ପ୍ରତିଶତ ରିହାତି ମିଳିବ। ସେହିପରି ୧୦ରୁ ୧୨ ମାସ ପୁରୁଣା ଫୋନ୍ ହେଲେ ଆପଣଙ୍କୁ ୫୦ ପ୍ରତିଶତ ରିହାତି ମିଳିବ।ଯଦି ଆପଣଙ୍କ ଫୋନ୍ ୧୩ରୁ ୧୫ ମାସ ପୁରୁଣା ତେବେ ନୂଆ ଫୋନ୍ ଉପରେ ୪୦ ପ୍ରତିଶତ କ୍ୟାସ୍‌ବ୍ୟାକ୍ ମିଳିବ। ଏସବୁ ବ୍ୟତୀତ ଆପଣଙ୍କ ଫୋନ୍‌ର କଣ୍ଡିସନ୍‌କୁ ଦୃଷ୍ଟିରେ ରଖି ବାୟବ୍ୟାକ୍ ମୂଲ୍ୟ ନିର୍ଦ୍ଧାରଣ କରାଯିବ।

Comment