ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନି ସାଓମି ପକ୍ଷରୁ ‘ଦିଓ୍ଵାଲି ଓ୍ଵିଥ୍ ମି’ ସେଲ୍ ଘୋଷଣା କରାଯାଇଛି। ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ସେଲ୍ ଚାଲିବ। ସାଓମିର ଅଫିସିଆଲ ଓ୍ଵେବ୍‌ସାଇଟ୍‌ରେ ଏହି ସେଲ୍ ଆୟୋଜିତ ହେବ। ତେବେ ଜାଣନ୍ତୁ ଏହି ସେଲ୍‌ରେ ଗ୍ରାହକଙ୍କୁ କେଉଁ ସବୁ ଅଫର୍ ମିଳିବ…

ସାଓମିର ଗୋଲ୍ଡ, ପ୍ଲାଟିନମ୍ ଓ ଡାଇମଣ୍ଡ ଭିଆଇପି ମେମ୍ବରଙ୍କ ପାଇଁ ଜଲ୍‌ଦି ଆକ୍ସେସ୍ ସୁବିଧା ଉପଲବ୍ଧ ହେଉଛି। ଏହି ମେମ୍ବରମାନେ ଅକ୍ଟୋବର ୧୫ ତାରିଖରୁ ଦିଓ୍ଵାଲି ସେଲ୍‌ର ସୁବିଧା ପାଇବେ।ଏହି ସେଲ୍‌ ପାଇଁ ସାଓମି, ଆକ୍ସିସ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ବରୋଦା ସହିତ ବୁଝାମଣା କରିଛି। ଏହାଦ୍ଵାରା ଗ୍ରାହକଙ୍କୁ ରିହାତି ସହିତ କ୍ୟାସ୍‌ବ୍ୟାକ୍ ବି ଦିଆଯିବ। ଅନ୍ୟ ସେଲ୍‌ଗୁଡ଼ିକ ପରି ସାଓମିର ଦିଓ୍ଵାଲି ସେଲ୍‌ରେ ସ୍ମାର୍ଟଫୋନ୍ ଓ ଆନୁଷଙ୍ଗିକ ସାମଗ୍ରୀ ଉପରେ ଆକର୍ଷଣୀୟ ରିହାତି ମିଳିବ।

ସାଓମିର ଏହି ସେଲ୍‌ ଆରମ୍ଭ ହେବାର ଗୋଟିଏ ଦିନ ଆଗରୁ Mi 10T ଓ Mi 10T Pro ଫୋନ୍‌ ଲଞ୍ଚ୍‌ ହେବ। ତେଣୁ ଏହି ଦୁଇ ନୂଆ ସ୍ମାର୍ଟଫୋନ୍‌କୁ ମଧ୍ୟ ଏହି ସେଲ୍‌ରେ ସାମିଲ କରାଯିବ ବୋଲି ଅନୁମାନ କରାଯାଉଛି।ଯେଉଁ ଗ୍ରାହକ ଆକ୍ସିସ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ବରୋଦା କ୍ରେଡିଟ୍ କାର୍ଡରେ ଜିନିଷ କିଣିବେ ସେମାନଙ୍କୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ ରିହାତି ପ୍ରଦାନ କରାଯିବ ବୋଲି ସାଓମି ସ୍ପଷ୍ଟ କରିଛି। ୬ ଦିନ ଧରି ଚାଲିବାକୁ ଥିବା ଏହି ସେଲ୍‌ରେ ନୂଆ-ପୁରୁଣା ସ୍ମାର୍ଟଫୋନ୍ ଉପରେ ବିଭିନ୍ନ ରିହାତି ମିଳିବ ବୋଲି କମ୍ପାନି କହିଛି।

Comment