ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ନିଜ ଜିଓ ଫୋନ୍ ୟୁଜରଙ୍କ ପାଇଁ ଦିଓ୍ଵାଲି ଅଫର ଘୋଷଣା କରିଛି। ଏହି ଅଫରରେ ୟୁଜରଙ୍କୁ ୩ଟି ନୂଆ ପ୍ରିପେଡ୍ ପ୍ଲାନ୍ ମିଳିବ। ସବୁଠୁ ଖାସ୍ କଥା ହେଉଛି ଏହି ୩ଟି ପ୍ଲାନ୍‌ର ଭାଲିଡିଟି ପୂର୍ବ ପ୍ଲାନ୍‌ଗୁଡ଼ିକ ତୁଳନାରେ ଅଧିକ ରହିବ।

ଜିଓର ଏହି ପ୍ଲାନ୍‌ଗୁଡ଼ିକ ଯଥାକ୍ରମେ, ୧,୦୦୧ ଟଙ୍କା, ୧,୩୦୧ ଟଙ୍କା ଓ ୧,୫୦୧ ଟଙ୍କାରେ ଲଞ୍ଚ୍ ହୋଇଛି। ଏଗୁଡ଼ିକ ବର୍ଷେ ପାଇଁ ଉପଲବ୍ଧ ହେବ।୧,୦୦୧ ଟଙ୍କିଆ ପ୍ଲାନ୍

ଜିଓର ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଦୈନିକ ୧୫୦MB ହିସାବରେ ମୋଟ ୪୯ ଜିବି ଡାଟା ମିଳିବ। ଏହି ପ୍ଲାନ୍‌ ୩୩୬ ଦିନ ପାଇଁ ଉପଲବ୍ଧ ହେବ। ଏଥିରେ ମାଗଣା ଅନ୍‌-ନେଟ୍ କଲିଂ ଓ ଅଫ୍-ନେଟ୍ କଲିଂ ପାଇଁ ୧୨,୦୦୦ ମିନିଟ୍ ଦିଆଯିବ। ଏହା ଛଡ଼ା ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ଓ ଜିଓ ଆପ୍ ସବ୍‌ସ୍କ୍ରିପ୍‌ସନ୍ ମଧ୍ୟ ପ୍ରଦାନ କରାଯିବ।

୧,୩୦୧ ଟଙ୍କିଆ ପ୍ଲାନ୍

ଜିଓର ୧,୩୦୧ ଟଙ୍କିଆ ପ୍ଲାନ୍‌ରେ ଦୈନିକ ୫୦୦MB ହିସାବରେ ମୋଟ ୧୬୪ ଜିବି ଡାଟା ମିଳିବ। ଏଥିସହ ମାଗଣା ଅନ୍‌-ନେଟ୍ କଲିଂ ଓ ଅଫ୍-ନେଟ୍ କଲିଂ ପାଇଁ ୧୨,୦୦୦ ମିନିଟ୍ ଦିଆଯିବ। ଏହା ଛଡ଼ା ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ଓ ଜିଓ ଆପ୍ ସବ୍‌ସ୍କ୍ରିପ୍‌ସନ୍ ମଧ୍ୟ ପ୍ରଦାନ କରାଯିବ। ଏହି ପ୍ଲାନ୍ ମଧ୍ୟ ୩୩୬ ଦିନ ପାଇଁ ଉପଲବ୍ଧ ହେବ।୧,୫୦୧ ଟଙ୍କିଆ ପ୍ଲାନ୍

ଜିଓର ଏହି ପ୍ଲାନ୍‌ ୩୩୬ ଦିନ ପାଇଁ ଉପଲବ୍ଧ ହେବ। ଏଥିରେ ଦୈନିକ ୧.୫ ଜିବି ଡାଟା ହିସାବରେ ମୋଟ ୫୦୪ ଜିବି ଡାଟା ମିଳିବ। ଏଥିସହ ଉପରୋକ୍ତ ପ୍ଲାନ୍‌ ଦୁଇଟିରେ ମିଳୁଥିବା ସୁବିଧା ମଧ୍ୟ ଏଥିରେ ପ୍ରଦାନ କରାଯିବ।

Comment