ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧିକ ଡାଟା ଆବଶ୍ୟକ କରୁଥିବା ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓ ବିଭିନ୍ନ ପ୍ରିପେଡ୍ ଡାଟା ପ୍ଲାନ୍ ପ୍ରଦାନ କରୁଛି। ସେଥିମଧ୍ୟରୁ କେତେକ ପ୍ଲାନ୍‌ରେ ଦୈନିକ ୩ ଜିବି ଡାଟା ସହ ଅସୀମିତ କଲିଂ, ମାଗଣା ଏସ୍‌ଏମ୍‌ଏସ୍ ସୁବିଧା ମିଳୁଛି। ଏହି ପ୍ଲାନ୍‌ଗୁଡ଼ିକ ୩୪୯ ଟଙ୍କାରୁ ଆରମ୍ଭ ହୋଇ ୯୯୯ ଟଙ୍କା ମଧ୍ୟରେ ଉପଲବ୍ଧ ହେଉଛି।

୩୪୯ ଟଙ୍କିଆ ପ୍ଲାନ୍

ରିଲାଏନ୍ସ ଜିଓର ୩୪୯ ଟଙ୍କିଆ ପ୍ଲାନ୍‌ରେ ଦୈନିକ ୩ ଜିବି ଡାଟା ମିଳୁଛି। ଏହି ପ୍ଲାନ୍ ୨୮ ଦିନ ପାଇଁ ଉପଲବ୍ଧ ହେଉଛି। ତେଣୁ ଏହି ପ୍ଲାନ୍‌ରେ ମୋଟ ୮୪ ଜିବି ଡାଟା ମିଳୁଛି। ଏଥିସହ ଜିଓ ନେଟ୍‌ଓ୍ଵର୍କ ପାଇଁ ଅସୀମିତ କଲିଂ ଓ ଅନ୍ୟାନ୍ୟ ନେଟ୍‌ଓ୍ଵର୍କକୁ କଲ୍ କରିବା ପାଇଁ ୧,୦୦୦ ମିନିଟ୍ ପ୍ରଦାନ କରାଯାଉଛି। ଏହି ପ୍ଲାନ୍‌ରେ ଦୈନିକ ୧୦୦ ମେସେଜ୍ ସୁବିଧା ମଧ୍ୟ ମିଳୁଛି।jio-2୪୦୧ ଟଙ୍କିଆ ପ୍ଲାନ୍

ଏହି ପ୍ଲାନ୍‌ରେ ଦୈନିକ ୩ ଜିବି ଡାଟା ହିସାବରେ ୨୮ ଦିନ ପାଇଁ ୮୪ ଜିବି ଡାଟା ମିଳୁଛି। ଏଥିସହ ଅତିରିକ୍ତ ୬ ଜିବି ହାଇସ୍ପିଡ୍ ଡାଟା ମଧ୍ୟ ମିଳୁଛି। ତେଣୁ ଏହି ପ୍ଲାନ୍‌ରେ ମୋଟ ୯୦ ଜିବି ଡାଟା ପ୍ରଦାନ କରାଯାଉଛି। ଏଥିସହ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା, ମାଗଣା କଲିଂ ଓ ଅନ୍ୟ ନେଟ୍‌ଓ୍ଵର୍କକୁ କଲ୍ କରିବା ପାଇଁ ୧,୦୦୦ ମିନିଟ୍ ମିଳୁଛି। ଏସବୁ ବ୍ୟତୀତ ୪୦୧ ଟଙ୍କିଆ ପ୍ଲାନ୍‌ରେ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍‌ର ମାଗଣା ସବ୍‌ସ୍କ୍ରିପ୍‌ସନ୍ ବି ଦିଆଯାଉଛି।୯୯୯ ଟଙ୍କିଆ ପ୍ଲାନ୍

ଜିଓର ଏହି ପ୍ଲାନ୍‌ରେ ଦୈନିକ ୩ ଜିବି ଡାଟା ହିସାବରେ ୮୪ ଦିନ ପାଇଁ ମୋଟ ୨୫୨ ଜିବି ଡାଟା ମିଳୁଛି। ଏଥିସହ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ଓ ଅନ୍ୟ ନେଟ୍‌ଓ୍ଵର୍କକୁ କଲ୍ କରିବା ପାଇଁ ୩,୦୦୦ ମିନିଟ୍ ପ୍ରଦାନ କରାଯାଉଛି।

Comment