ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀରେ ହୋଇଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ରେ ରିଲାଏନ୍ସ ଜିଓ ପକ୍ଷରୁ ଦୁଇଟି ନୂଆ ୪ଜି ଫିଚର ଫୋନ୍ ଲଞ୍ଚ କରାଯାଇଛି। ଜିଓ ଭାରତ ସିରିଜ୍ ଅଧୀନରେ ଜିଓ ଭାରତ ଭି୩ ଏବଂ ଜିଓ ଭାରତ ଭି୪ ନାମିତ ଏହି ୨ଟି ଫିଚର ଫୋନ ଲଞ୍ଚ ହୋଇଛି। ନୂଆ ମଡେଲଗୁଡ଼ିକ ୧୦୯୯ ଟଙ୍କାରେ ବଜାରରେ ଉପଲବ୍ଧ ହେବ।

ଏହି ନୂଆ ଫିଚର ଫୋନରେ ଆଧୁନିକ ଡିଜାଇନ୍, ୧୦୦୦ ଏମଏଏଚ ବ୍ୟାଟେରୀ, ୧୨୮ ଜିବି ପର୍ଯ୍ୟନ୍ତ ବିସ୍ତାର ଯୋଗ୍ୟ ଷ୍ଟୋରେଜ୍ ରହିଛି। ଏଥିରେ ଇଂରାଜୀ, ହିନ୍ଦୀ ସହ ୨୩ଟି ଭାରତୀୟ ଭାଷା ଉପଲବ୍ଧ ରହିଛି।

ଜିଓ ଭାରତ ଫୋନରେ ମାସିକ ମାତ୍ର ୧୨୩ ଟଙ୍କାରେ ରିଚାର୍ଜ କରାଯାଇପାରିବ ଯେଉଁଥିରେ ଅସୀମିତ ଭଏସ୍ କଲ୍ ଏବଂ ଦୈନିକ ଅଧା ଜିବି ହିସାବରେ ମୋଟ ୧୪ ଜିବି ହାଇ-ସ୍ପିଡ ଡାଟା ମଧ୍ୟ ମିଳିବ।

ଉଭୟ ଭି୩ ଏବଂ ଭି୪ ମଡେଲ ଜିଓ-ଟିଭି, ଜିଓ-ସିନେମା, ଜିଓ-ପେ ଏବଂ ଜିଓ-ଚାଟ୍ ଭଳି ଉପଯୋଗୀ ପ୍ରି-ଲୋଡେଡ ଆପ୍ ସହିତ ଆସିବ। ୪୫୫ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ ସହିତ ଚଳଚ୍ଚିତ୍ର, ଭିଡିଓ ଏବଂ କ୍ରୀଡା ବିଷୟବସ୍ତୁ ମଧ୍ୟ ମାତ୍ର ଗୋଟିଏ କ୍ଲିକରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।

ଜିଓ ଭାରତ ଭି୩ ଏବଂ ଜିଓଭାରତ ଭି୪ ଖୁବ୍ ଶୀଘ୍ର ସମସ୍ତ ମୋବାଇଲ୍ ଷ୍ଟୋର୍ ସହିତ ଜିଓ ମାର୍ଟ ଏବଂ ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ମଧ୍ୟ ବିକ୍ରି ହେବ।

ଗତ ବର୍ଷ ଜିଓ ଭାରତ ଭି୨ ମଡେଲ୍ ଶୁଭାରମ୍ଭ କରାଯାଇଥିଲା, ଯାହା ଭାରତୀୟ ଫିଚର ଫୋନ୍ ବଜାରରେ ଲୋକପ୍ରିୟ ହୋଇଥିଲା​​। ରିଲାଏନ୍ସ ଜିଓର ସୂଚନା ଅନୁଯାୟୀ ଭାରତର ଲକ୍ଷ ଲକ୍ଷ ୨ଜି ଗ୍ରାହକ ଜିଓ ଭାରତ ଫିଚର ଫୋନ୍ ମାଧ୍ୟମରେ ୪ଜି ସେବା ପାଉଛନ୍ତି।

Tags: #RelianceJio #JioBharat #FeaturePhone #4G #India

Comment