ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧିକ ଡାଟା ଆବଶ୍ୟକ କରୁଥିବା ଗ୍ରାହକଙ୍କ ଲାଗି ଏୟାରଟେଲ ଏକ ଦମଦାର୍ ପ୍ରିପେଡ୍ ପ୍ଲାନ୍ ଅଫର କରୁଛି। ଏହି ପ୍ଲାନରେ ୟୁଜରଙ୍କୁ ଦିନକୁ ୩ ଜିବି ଡାଟା ମିଳୁଛି। ଏଥିସହ ଅନଲିମିଟେଡ୍ କଲିଂ, ଓଟିଟି ଆପ୍ ସବସ୍କ୍ରିପସନ୍ ପରି ସୁବିଧା ମଧ୍ୟ ପ୍ରଦାନ କରାଯାଉଛି।

ଟେଲିକମ୍ କମ୍ପାନି ଏୟାରଟେଲ ୪୪୮ ଟଙ୍କାରେ ଏହି ପ୍ଲାନ ପ୍ରଦାନ କରୁଛି। ଏହି ପ୍ଲାନ୍ ୨୮ ଦିନ ପାଇଁ ଉପଲବ୍ଧ ହେଉଛି। ଏଥିରେ ଦୈନିକ ୩ ଜିବି ଡାଟା ଓ ୧୦୦ ଏସ୍ଏମ୍ଏସ୍ ମିଳୁଛି। ଏହାଛଡ଼ା ଗ୍ରାହକଙ୍କୁ ଅନଲିମିଟେଡ୍ କଲିଂ ସୁବିଧା ଦିଆଯାଉଛି।ଡାଟା ବ୍ୟତୀତ ୟୁଜରମାନେ ଏହି ପ୍ଲାନ୍ ରିଚାର୍ଜ କରି ଓଟିଟି ଆପ୍ ସୁବିଧା ମଧ୍ୟ ପାଇପାରୁଛନ୍ତି। ଏଥିରେ ଗ୍ରାହକଙ୍କୁ ଡିଜନି ପ୍ଲସ୍ ହଟଷ୍ଟାର ଭିଆଇପି ସବସ୍କ୍ରିପସନ୍ ଦିଆଯାଉଛି। ଏହି ପ୍ଲାନରେ ପ୍ରତିଦିନ ସକାଳ ୬ଟାରେ ଭାରତୀୟ ଟିଭି ସୋର ନୂଆ ଏପିସୋଡ୍ ମଧ୍ୟ ଅପଡେଟ୍ ହେଉଛି। ଏହାଛଡ଼ା ୟୁଜରଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ Shaw Academyର ମାଗଣା କୋର୍ସ ସୁବିଧା ବି ଦିଆଯାଉଛି।

Comment