ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଟେଲିକମ୍ କମ୍ପାନି ବିଏସ୍‌ଏନ୍‌ଏଲ୍ ନିଜ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଏକ ଦମ୍‌ଦାର୍ ଅଫର ଲଞ୍ଚ୍ କରିଛି। ଏହି ଅଫରରେ ଗ୍ରାହକଙ୍କୁ ୨୫ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ମିଳୁଛି। ତେବେ କେଉଁ କେଉଁ ପ୍ଲାନ୍‌ରେ ଏହି ସୁବିଧା ଉପଲବ୍ଧ ହେଉଛି ଜାଣନ୍ତୁ…

କେଉଁ ପ୍ଲାନ୍‌ରେ ମିଳିବ କ୍ୟାସ୍‌ବ୍ୟାକ୍?

ବିଏସ୍‌ଏନ୍‌ଏଲ୍‌ର ୧୮୭ ଟଙ୍କିଆ ସ୍ପେଶାଲ ତାରିଫ ପ୍ଲାନ୍ ଓ ୧,୪୯୯ ଟଙ୍କିଆ ପ୍ଲାନ୍ ଭାଉଚରରେ ଏହି ଅଫର ପ୍ରଦାନ କରାଯିବ। ୨୫ ପ୍ରତିଶତ କ୍ୟାସ୍‌ବ୍ୟାକ୍ ପରେ ଏହି ପ୍ଲାନ୍ ଦ୍ଵୟ ଯଥାକ୍ରମେ ୧୩୯ ଓ ୧,୧୧୯ ଟଙ୍କାରେ ଉପଲବ୍ଧ ହେବ।ଗ୍ରେସ୍ ପିରିୟଡ -୨ ଗ୍ରାହକ ପାଇବେ ଫାଇଦା

ଯେଉଁ ଗ୍ରାହକମାନଙ୍କ ପ୍ଲାନ୍ ଶେଷ ହୋଇଯାଇଛି ସେମାନେ ଏହି ଅଫରରୁ ଲାଭ ଉଠାଇପାରିବେ। ବିଏସ୍‌ଏନ୍‌ଏଲ୍ ଗ୍ରାହକଙ୍କ ରିଚାର୍ଜ ପ୍ଲାନ୍ ଶେଷ ହେବା ପରେ ମୋବାଇଲ କନେକ୍ସନ ବନ୍ଦ କରିବା ପୂର୍ବରୁ ଦୁଇଟି ଗ୍ରେସ୍ ପିରିୟଡ ପ୍ରଦାନ କରୁଛି। ପ୍ରଥମ ଗ୍ରେସ୍ ପିରିୟଡରେ ୭ ଦିନ ସମୟ ରହିଥାଏ। ଏହି ଅବଧି ଶେଷ ହେବା ପରେ ଦ୍ଵିତୀୟ ଗ୍ରେସ୍ ପିରିୟଡ ଆରମ୍ଭ ହୋଇଥାଏ। ଏହା ୧୬୫ ଦିନ ପାଇଁ ଉପଲବ୍ଧ।

୧୮୭ ଟଙ୍କିଆ ପ୍ଲାନ୍

ଏଥିରେ ଗ୍ରାହକଙ୍କୁ ୨୮ ଦିନର ଭାଲିଡିଟି ମିଳିଥାଏ। ଏଥିସହ ସମସ୍ତ ନେଟ୍‌ଓ୍ଵର୍କକୁ ଅସୀମିତ କଲିଂ ସହ ଦୈନିକ ୨ ଜିବି ଡାଟା ଦିଆଯାଏ। ସେହିପରି ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ମଧ୍ୟ ପ୍ରଦାନ କରାଯାଏ।୧,୪୯୯ ଟଙ୍କିଆ ପ୍ଲାନ୍

ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍‌ରେ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ମିଳିଥାଏ। ୩୬୫ ଦିନ ପାଇଁ ଉପଲବ୍ଧ ହେଉଥିବା ଏହି ପ୍ରିପେଡ୍ ପ୍ଲାନ୍‌ରେ ମୋଟ ୨୪ ଜିବି ଡାଟା ମିଳିଥାଏ। ଏଥିସହ ସମସ୍ତ ନେଟ୍‌ଓ୍ଵର୍କକୁ ଅସୀମିତ କଲିଂ ସୁବିଧା ଦିଆଯାଏ।

Comment