ଓଡ଼ିଶାଲାଇଭ୍ ବ୍ୟୁରୋ

ଏୟାରଟେଲ, ଜିଓ ଏବଂ ଭୋଡାଫୋନ୍ ଆଇଡିଆ ନିଜ ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାର ପ୍ରିପେଡ୍ ପ୍ଲାନ୍ ପ୍ରଦାନ କରୁଛନ୍ତି। ସେଥିମଧ୍ୟରେ କେତେକ ଶସ୍ତା ପ୍ଲାନ୍ ମଧ୍ୟ ରହିଛି। ସେଭଳି ଏକ ପ୍ଲାନ୍ ହେଉଛି ୧୯୯ ଟଙ୍କିଆ ପ୍ରିପେଡ୍ ପ୍ଲାନ୍। ସବୁଠୁ ଖାସ୍ କଥା ହେଉଛି ଜିଓ, ଭୋଡାଫୋନ୍ ଓ ଏୟାରଟେଲ ସମାନ ମୂଲ୍ୟରେ ଏହି ପ୍ଲାନ୍ ଉପଲବ୍ଧ କରାଉଛନ୍ତି।

ଏୟାରଟେଲର ୧୯୯ ଟଙ୍କିଆ ପ୍ଲାନ୍

ଏହି ପ୍ଲାନରେ ଏୟାରଟେଲ ନିଜ ଗ୍ରାହକଙ୍କୁ ଦୈନିକ ୧.୫ ଜିବି ଡାଟା ପ୍ରଦାନ କରୁଛି। ଏଥିସହ ଟ୍ରୁ ଅନଲିମିଟେଡ୍ କଲିଂ ଅଫର କରାଯାଉଛି। ଏହି ପ୍ଲାନରେ ଦୈନିକ ୧୦୦ ଏସଏମଏସ୍ ସୁବିଧା ବି ମିଳୁଛି।ଏହାଛଡ଼ା ଏହି ପ୍ଲାନରେ ଗ୍ରାହକଙ୍କୁ ମାଗଣା ଅନଲିମିଟେଡ୍ ହେଲୋଟ୍ୟୁନ୍, ଓ୍ୱିଙ୍କ୍ ମ୍ୟୁଜିକ୍ ଓ ଏୟାରଟେଲ ଏକ୍ସଟ୍ରିମ୍ ସର୍ଭିସ ଆକ୍ସେସ୍ ମଧ୍ୟ ପ୍ରଦାନ କରାଯାଉଛି। ଏହି ପ୍ଲାନ୍ ୨୮ ଦିନ ପାଇଁ ଉପଲବ୍ଧ ହେଉଛି।

ଜିଓର ୧୯୯ ଟଙ୍କିଆ ପ୍ଲାନ୍

ଜିଓର ଏହି ପ୍ଲାନରେ ଦୈନିକ ୧.୫ ଜିବି ଡାଟା ମିଳୁଛି। ଏଥିସହ ମାଗଣା ଅନ୍-ନେଟ୍ କଲିଂ, ଅଫ୍-ନେଟ୍ କଲିଂ ପାଇଁ ୧,୦୦୦ ଏଫୟୁପି ମିନିଟ୍ ଓ ଦୈନିକ ୧୦୦ ଏସଏମଏସ୍ ଦିଆଯାଉଛି। ଏଥିସହ ଏହି ପ୍ଲାନରେ ଗ୍ରାହକଙ୍କୁ ଜିଓ ଟିଭି ଓ ଜିଓ ସାଓ୍ୱନ ପରି ଜିଓ ଆପଗୁଡ଼ିକର ମାଗଣା ଆକ୍ସେସ୍ ମଧ୍ୟ ଦିଆଯାଉଛି। ଏହି ପ୍ଲାନ୍ ମଧ୍ୟ ୨୮ ଦିନ ପାଇଁ ପ୍ରଦାନ କରାଯାଉଛି।jioଭୋଡାଫୋନ ଆଇଡିଆର ୧୯୯ ଟଙ୍କିଆ ପ୍ଲାନ୍

ଭୋଡାଫୋନ୍ ଆଇଡିଆ ନିଜର ଏହି ପ୍ଲାନରେ ଦୈନିକ ୧ ଜିବି ଡାଟା ପ୍ରଦାନ କରୁଛି। ଏହା ସହିତ ଟ୍ରୁ ଅନଲିମିଟେଡ୍ କଲିଂ ଓ ଦୈନିକ ୧୦୦ ଏସଏମଏସ୍ ମଧ୍ୟ ଦିଆଯାଉଛି।ଏହି ସବୁ ସୁବିଧା ବ୍ୟତୀତ ଭୋଡାଫୋନ୍ ମୁଭିଜ୍ ଓ ଟିଭିର ମାଗଣା ଆକ୍ସେସ୍ ମଧ୍ୟ ପ୍ରଦାନ କରାଯାଉଛି। ଏହି ପ୍ଲାନ୍ ୨୪ ଦିନ ପାଇଁ ଉପଲବ୍ଧ ହେଉଛି। ଅର୍ଥାତ୍ ଏୟାରଟେଲ ଓ ଜିଓର ଉପରୋକ୍ତ ଦୁଇ ପ୍ଲାନ୍ ଅପେକ୍ଷା ଭୋଡାଫୋନର ଏହି ପ୍ଲାନରେ କମ୍ ଡାଟା ଓ ଭାଲିଡିଟି ମିଳୁଛି।

LEAVE A REPLY

Please enter your comment!
Please enter your name here