ଓଡ଼ିଶାଲାଇଭ୍ ବ୍ୟୁରୋ

ଏୟାରଟେଲ ନିଜ ଗ୍ରାହକମାନଙ୍କୁ ଏକ ଦମ୍‌ଦାର୍ ରିଚାର୍ଜ ପ୍ଲାନ୍ ପ୍ରଦାନ କରୁଛି। ଏଥିରେ ଅସୀମିତ କଲିଂ ଏବଂ ଡାଟା ସୁବିଧା ମିଳୁଛି। ତେବେ ସବୁଠୁ ଖାସ୍ କଥା ହେଲା ଏହି ପ୍ଲାନ୍ ରିଚାର୍ଜ କରିବା ପାଇଁ ଆପଣଙ୍କୁ ମାତ୍ର ୧୯ ଟଙ୍କା ଦେବାକୁ ପଡ଼ିବ।

ଏୟାରଟେଲର ୧୯ ଟଙ୍କିଆ ପ୍ଲାନ୍‌ରେ ମିଳୁଥିବା ସୁବିଧା

ଏୟାରଟେଲର ଏହି ପ୍ଲାନ୍ କମ୍ପାନିର ‘ଟ୍ରୁଲି ଅନ୍‌ଲିମିଟେଡ୍’ କାଟେଗୋରିରେ ଆସୁଛି। ଅର୍ଥାତ୍ ଏଥିରେ ଆପଣଙ୍କୁ ଅସୀମିତ କଲିଂ ସୁବିଧା ମିଳିବ, ତାହା ପୁଣି ମାଗଣାରେ। ତେଣୁ ମାତ୍ର ୧୯ ଟଙ୍କା ଖର୍ଚ୍ଚ କରି ଆପଣ ମାଗଣା ଓ ଅସୀମିତ କଲିଂର ଫାଇଦା ଉଠାଇପାରିବେ।ତେବେ ଏହି ପ୍ଲାନ୍‌ଟି ୨ ଦିନ ପାଇଁ ଉପଲବ୍ଧ ହେଉଛି। ତେଣୁ ଏହି ପ୍ଲାନ୍ ରିଚାର୍ଜ କରି ଗ୍ରାହକମାନେ ଦୁଇଦିନ ପର୍ଯ୍ୟନ୍ତ ମାଗଣା ଓ ଅସୀମିତ କଲିଂର ସୁବିଧା ପାଇପାରିବେ। ଏହାଛଡ଼ା ଗ୍ରାହକଙ୍କୁ ଏହି ପ୍ଲାନ୍‌ରେ ୨୦୦ ଏମ୍‌ବି ଡାଟା ପ୍ରଦାନ କରାଯାଉଛି। ତେବେ ଏଥିରେ ମାଗଣା ଏସ୍‌ଏମ୍‌ଏସ୍ ସୁବିଧା ମିଳୁନାହିଁ। ସବୁ ବର୍ଗର ଲୋକ ଏହାକୁ ବ୍ୟବହାର କରିପାରୁଥିବାରୁ ପ୍ଲାନ୍‌ଟି ଲୋକପ୍ରିୟ ହୋଇପାରିଛି।

Comment