ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦୈନିକ ୨ ଜିବି ଡାଟା ସହ ୧୦୦ ଏସ୍‌ଏମ୍‌ଏସ୍
  • ଓଟିଟି ଆପ୍‌ର ମାଗଣା ସବ୍‌ସ୍କ୍ରିପ୍‌ସନ୍
  • ଅନ୍‌ଲିମିଟେଡ୍ କଲିଂ ସୁବିଧା

ଆପଣ କମ୍ ଟଙ୍କାରେ ଡାଟା, କଲିଂ, ଏସ୍‌ଏମ୍‌ଏସ୍ ସହ ଓଟିଟି ଆପ୍‌ ସୁବିଧା ଚାହୁଁଛନ୍ତି କି? ଏୟାରଟେଲ୍‌ର ୩୪୯ ଟଙ୍କିଆ ପ୍ରିପେଡ୍ ପ୍ଲାନ୍ ସେହି ସବୁ ସୁବିଧା ପ୍ରଦାନ କରୁଛି। ତେବେ ଆସନ୍ତୁ ଜାଣିବା ଏହି ପ୍ଲାନ୍‌ ବିଷୟରେ…

ଏୟାରଟେଲ୍‌ର ଏହି ପ୍ଲାନ୍୨୮ ଦିନ ପର୍ଯ୍ୟନ୍ତ ଉପଲବ୍ଧ। ଏଥିରେ ଦୈନିକ ୨ ଜିବି ଡାଟା ହିସାବରେ ମୋଟ ୫୬ ଜିବି ହାଇସ୍ପିଡ୍ ଡାଟା ପ୍ରଦାନ କରାଯାଉଛି। ଏହି ପ୍ଲାନ୍‌ରେ ଗ୍ରାହକମାନେ ଯେକୌଣସି ନେଟ୍‌ଓ୍ଵର୍କକୁ ଅନ୍‌ଲିମିଟେଡ୍ କଲିଂ ସୁବିଧା ପାଇବେ। ଏଥିସହ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ କରିପାରିବେ।

ଏୟାରଟେଲ୍‌ର ୩୪୯ ଟଙ୍କିଆ ପ୍ଲାନ୍‌ରେ ୨୮ ଦିନ ଯାଏଁ ଆମାଜନ ପ୍ରାଇମ୍‌ର ମାଗଣା ଆକ୍ସେସ୍ ମିଳିବ। ଗୀତ ଶୁଣିବାକୁ ଭଲ ପାଉଥିବା ଗ୍ରାହକମାନେ ଏହି ପ୍ଲାନ୍‌ରେ ଓ୍ଵିଙ୍କ ମ୍ୟୁଜିକ୍ ଆପ୍‌ ଆକ୍ସେସ୍ କରି ଗୀତ ଶୁଣିପାରିବେ। ସେହିପରି ଏଥିରେ ଏୟାରଟେଲ୍ ଏକ୍ସଟ୍ରିମ୍ ପ୍ରିମିୟମ୍‌କୁ ମାଗଣାରେ ଗ୍ରାହକମାନେ ଆକ୍ସେସ୍ କରିପାରିବେ।

ଗ୍ରାହକମାନେ ଯେକୌଣସି ସମୟରେ ହେଲୋଟ୍ୟୁନ୍ ସେଟ୍ କରିପାରିବେ। ଏହି ପ୍ଲାନ୍‌ ବ୍ୟବହାରକାରୀମାନଙ୍କୁ ବର୍ଷେ ଯାଏ ସ’ ଏକାଡେମୀରେ ମାଗଣା ଅନ୍‌ଲାଇନ୍ କୋର୍ସ ସୁବିଧା ମିଳିବ।

Comment