ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ଟେଲିକମ ଜଗତରେ ଗୋଟିଏ ପରେ ଗୋଟିଏ ରିଚାର୍ଜ ପ୍ଲାନ ଦେଖିବାକୁ ମିଳୁଛି। ଗ୍ରାହକମାନଙ୍କୁ ଲାଭଦାୟକ ରିଚାର୍ଜ ପ୍ଲାନ୍ ଯୋଗାଇ ଦେବାକୁ କମ୍ପାନିମାନେ ଅନେକଗୁଡ଼ିଏ ପ୍ଲାନର ଘୋଷଣା କରିଛନ୍ତି। ଜିଓଠାରୁ ଆରମ୍ଭ କରି ଏୟାରଟେଲ୍, ଭୋଡାଫୋନ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛନ୍ତି।

୨୦୦ ଟଙ୍କା ଭିତରେ କରନ୍ତୁ ଏହି ରିଚାର୍ଜ

ଜିଓ ତାର ଗ୍ରାହକମାନଙ୍କ ପାଇଁ ୨୦୦ ଟଙ୍କା ଭିତରେ ଗୋଟିଏ ପ୍ଲାନ୍ ରଖିଛି। ଏହାର ଦାମ ରହିଛି ୧୯୯ ଟଙ୍କା। ଏହି ପ୍ଲାନରେ ଗ୍ରାହକମାନେ ୨୮ ଦିନର ବୈଧତା ସହ ପ୍ରତିଦିନ ୧.୫ ଜିବି ଡାଟା ପାଇପାରିବେ। ଏଥିସହିତ ଗ୍ରାହକଙ୍କୁ ପ୍ରତିଦିନ ୧୦୦ ଏସ୍ଏମ୍ଏସ କରିବାର ମଧ୍ୟ ସୁଯୋଗ ମିଳିବ। ଏହି ପ୍ଲାନରେ ଗ୍ରାହକମାନେ ଜିଓରୁ ଜିଓ ଅନଲିମିଟେଡ୍ କଲ୍ କରିପାରିବା ସହ ଅନ୍ୟ ନେଟୱାର୍କକୁ ଏକ ହଜାର ମିନିଟର ମାଗଣା କଲ୍ କରିପାରିବେ।jioସେହିପରି ଏୟାରଟେଲ ଗ୍ରାହକମାନେ ୧୯୯ ଟଙ୍କାରେ ଏକ ଦମଦାର ରିଚାର୍ଜ ପ୍ଲାନ୍ ପାଇପାରିବେ। ଏଥିରେ ଗ୍ରାହକମାନେ ୨୪ ଦିନ ପର୍ଯ୍ୟନ୍ତ ଭାଲିଡିଟି ପାଇବେ। ଏହି ପ୍ଲାନରେ ଯେକୌଣସି ନେଟୱାର୍କକୁ ଅନଲିମିଟେଡ୍ କଲର ସୁବିଧା ରହିଛି। ଏହାସହ ଏୟାରଟେଲ୍ ଗ୍ରାହକମାନେ ଏଥିରେ ୨୪ ଦିନ ପାଇଁ ପ୍ରତିଦିନ ୧ ଜିବି ଡାଟା ପାଇବେ।

ସେହିପରି ଭୋଡାଫୋନ୍-ଆଇଡିଆରେ ମଧ୍ୟ ଗ୍ରାହକମାନେ ୧୯୯ ଟଙ୍କାର ରିଚାର୍ଜ କରିପାରିବେ। ଏହି ପ୍ଲାନରେ ମଧ୍ୟ ଗ୍ରାହକମାନେ ପ୍ରତିଦିନ ୧ ଜିବି ଡାଟା ପ୍ୟାକ୍ ପାଇବେ। ଏଥିରେ ଗ୍ରାହକମାନେ ମଧ୍ୟ ଯେକୌଣସି ନେଟୱାର୍କକୁ ଅନଲିମିଟେଡ କଲର ଲାଭ ଉଠାଇପାରିବେ।

Comment