ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ଲାଗି ଅନେକଗୁଡ଼ିଏ ପ୍ରିପେଡ୍ ପ୍ଲାନ୍ ପ୍ରଦାନ କରୁଛି। ତେବେ ଯଦି ଆପଣ କମ୍ ଟଙ୍କାରେ ଅଧିକ ସୁବିଧା ଦେଉଥିବା ପ୍ଲାନ୍ ରିଚାର୍ଜ କରିବାକୁ ଚାହୁଁଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଜିଓ ଏଭଳି ଅନେକ ଶସ୍ତା ପ୍ଲାନ୍ ଅଫର କରୁଛି ଯେଉଁଥିରେ କଲିଂ ସମେତ ଡାଟା ସୁବିଧା ମଧ୍ୟ ମିଳୁଛି। ଆଉ ସବୁଠୁ ଖାସ୍ କଥା ହେଲା, ଏହି ସବୁ ପ୍ଲାନ୍ ୧୦୦ ଟଙ୍କାରୁ କମ୍ ମୂଲ୍ୟରେ ଉପଲବ୍ଧ ହେଉଛି।

୧୦ ଟଙ୍କିଆ ପ୍ଲାନ୍

ଗ୍ରାହକମାନଙ୍କ ଲାଗି ରିଲାଏନ୍ସ ଜିଓ ୧୦ ଟଙ୍କିଆ ପ୍ରିପେଡ୍ ପ୍ଲାନ୍ ମଧ୍ୟ ପ୍ରଦାନ କରୁଛି। ଏହି ପ୍ଲାନରେ ୧୨୪ IUS ମିନିଟ୍ ଓ ୧ ଜିବି କମ୍ପ୍ଲିମେଣ୍ଟାରି ଡାଟା ମିଳୁଛି।

୨୦ ଟଙ୍କିଆ ପ୍ଲାନ୍

ଜିଓର ୨୦ ଟଙ୍କିଆ ପ୍ଲାନରେ ଅଫ୍-ନେଟ୍ କଲିଂ ପାଇଁ ୨୪୯ IUS ମିନିଟ୍ ପ୍ରଦାନ କରାଯାଉଛି। ଏଥିସହ ୨ ଜିବି ଡାଟା ମିଳୁଛି।jio୨୧ ଟଙ୍କିଆ ପ୍ଲାନ୍

ଏହି ପ୍ଲାନରେ ୨ ଜିବି ଡାଟା ଓ ୨୦୦ ମିନିଟ୍ ଅଫ୍-ନେଟ୍ କଲିଂ ସୁବିଧା ମିଳୁଛି। ଏହି ପ୍ଲାନ୍ ମଧ୍ୟ ବେସ୍ ପ୍ଲାନର ଭାଲିଡିଟି ପର୍ଯ୍ୟନ୍ତ ଉପଲବ୍ଧ ହେଉଛି।

୫୦ ଟଙ୍କିଆ ପ୍ଲାନ୍

ଏହି ପ୍ଲାନରେ ୫୦ ଜିବି ଡାଟା ଦିଆଯାଉଛି। ସେହିପରି କଲିଂ ପାଇଁ ୬୫୬ IUS ମିନିଟ୍ ମିଳୁଛି।

୫୧ ଟଙ୍କିଆ ପ୍ଲାନ୍

ଜିଓର ୫୧ ଟଙ୍କିଆ ପ୍ଲାନରେ ୬ ଜିବି ଡାଟା ମିଳୁଛି। ଯଦି କଲ୍ କଥା ଦେଖିବା ତେବେ ଏହି ପ୍ଲାନରେ ଅଫ୍-ନେଟ୍ କଲିଂ ପାଇଁ ୫୦୦ ମିନିଟ୍ ଦିଆଯାଉଛି। ଏହି ପ୍ଲାନ୍ ଆପଣଙ୍କ ଫୋନରେ ଥିବା ବେସ୍ ପ୍ଲାନର ଭାଲିଡିଟି ପର୍ଯ୍ୟନ୍ତ ଉପଲବ୍ଧ ହେବ।୧୦୦ ଟଙ୍କିଆ ପ୍ଲାନ୍

ରିଲାଏନ୍ସ ଜିଓର ୧୦୦ ଟଙ୍କିଆ ପ୍ଲାନରେ ୧୦ ଜିବି ଡାଟା ମିଳୁଛି। ସେହିପରି କଲିଂ ପାଇଁ ଏଥିରେ ୧,୩୬୨ IUS ମିନିଟ୍ ପ୍ରଦାନ କରାଯାଉଛି।

୧୦୧ ଟଙ୍କିଆ ପ୍ଲାନ୍

ଜିଓର ୧୦୧ ଟଙ୍କିଆ ପ୍ଲାନରେ କମ୍ପାନି ତରଫରୁ ୪ଜି ଡାଟା ପ୍ୟାକ୍ ମିଳୁଛି। ଏହାଛଡ଼ା ୧୨ ଜିବି ଡାଟା ଏବଂ ଅଫ୍-ନେଟ୍ କଲିଂ ପାଇଁ ୧,୦୦୦ ମିନିଟ୍ ଦିଆଯାଉଛି।

ଶହେ ଟଙ୍କାରୁ କମ୍ ମୂଲ୍ୟରେ ଉପଲବ୍ଧ ହେଉଥିବା ଜିଓର ପ୍ରିପେଡ୍ ପ୍ଲାନରେ ଭାଲିଡିଟି ନଥାଏ। ଅର୍ଥାତ୍ ଏହି ପ୍ଲାନଗୁଡ଼ିକୁ ବ୍ୟବହାର କରିବା ପାଇଁ ଆପଣଙ୍କ ଫୋନରେ ବେସ୍ ପ୍ଲାନ୍ ରହିବା ଜରୁରୀ।

LEAVE A REPLY

Please enter your comment!
Please enter your name here