ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଦୁର୍ଗମ ଅଞ୍ଚଳରେ ହାଇସ୍ପିଡ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଏଲନ ମସ୍କଙ୍କ କମ୍ପାନି ସ୍ପେସଏକ୍ସ ସହିତ ଏୟାରଟେଲ୍ ଏବଂ ଜିଓ ଚୁକ୍ତି ସ୍ଵାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁସାରେ ସାରା ଦେଶରେ ଷ୍ଟାରଲିଙ୍କ ସାଟେଲାଇଟ୍ ଆଧାରିତ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଉପଲବ୍ଧ ହେବ। ଏନେଇ ଉଭୟ କମ୍ପାନି ସ୍ପଷ୍ଟ କରିଛନ୍ତି।

ଏହି ଚୁକ୍ତି ଅନୁସାରେ ଜିଓ ଏବଂ ଏୟାରଟେଲ୍ ଗ୍ରାହକମାନଙ୍କ ପାଇଁ ଷ୍ଟାରଲିଙ୍କର ହାର୍ଡୱେର ଓ ଅନ୍ୟ ସୁବିଧାଗୁଡ଼ିକ ଉପଲବ୍ଧ ହେବ। ଏହା ସମସ୍ତ ଉଦ୍ୟୋଗ ତଥା ବ୍ୟବସାୟିକ ସଂସ୍ଥା ପାଇଁ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ଯୋଗାଇ ପାରିବ। ଦୂରଦୂରାନ୍ତ ଅଞ୍ଚଳର ଲୋକଙ୍କୁ ଏଥିରେ ବିଶେଷ ଫାଇଦା ପହଞ୍ଚିବ।

“ପ୍ରତ୍ୟେକ ଭାରତୀୟଙ୍କୁ ସୁଲଭ ଏବଂ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇବା ଜିଓର ସର୍ବୋଚ୍ଚ ପ୍ରାଥମିକତା ରହିଛି। ଷ୍ଟାରଲିଙ୍କକୁ ଭାରତକୁ ଆଣିବା ପାଇଁ ସ୍ପେସଏକ୍ସ ସହିତ ଆମର ସହଭାଗିତା ଏ ଦିଗରେ ଏକ ବଡ଼ ପଦକ୍ଷେପ। ଜିଓର ବ୍ରଡବ୍ୟାଣ୍ଡ ଇକୋସିଷ୍ଟମରେ ଷ୍ଟାରଲିଙ୍କକୁ ସାମିଲ କରି ଆମେ ଆମର ସେବାକୁ ଆହୁରି ବିସ୍ତାର କରିବୁ”, କହିଛନ୍ତି ରିଲାଏନ୍ସ ଜିଓର ସିଇଓ ମାଥ୍ୟୁ ଓମେନ୍।

ସ୍ପେସଏକ୍ସ ନିଜ ସେବା ଯୋଗାଇବା ପାଇଁ ଭାରତ ସରକାରଙ୍କ ନିକଟରେ ସୁରକ୍ଷା ମଞ୍ଜୁରୀ ପାଇଁ ଆବେଦନ କରିଛି। ଏହାର ଆବେଦନ ଗୃହ ମନ୍ତ୍ରଣାଳୟରେ ସମୀକ୍ଷା କରାଯାଉଛି।

ଏହାବ୍ୟତୀତ ଭାରତର ଡିଜିଟାଲ୍ ଇକୋସିଷ୍ଟମକୁ ଆହୁରି ଉନ୍ନତ କରିବା ଦିଗରେ ନିଜ ନିଜ ଭିତ୍ତିଭୂମିକୁ ଉପଯୋଗ କରିବା ପାଇଁ ଜିଓ ଏବଂ ସ୍ପେସଏକ୍ସ ପରସ୍ପରକୁ ସହଯୋଗ କରିବେ।  

Tags: #RelianceJio #SpaceX #Starlink #HighSpeedInternet #India

LEAVE A REPLY

Please enter your comment!
Please enter your name here