ଓଡ଼ିଶାଲାଇଭ୍ ବ୍ୟୁରୋ

ଏୟାରଟେଲ ନିଜ ୨ଜି ଗ୍ରାହକଙ୍କ ପାଇଁ ଏବେ ଏକ ସ୍ଵତନ୍ତ୍ର ଅଫର ଲଞ୍ଚ୍ କରିଛି। ଏଥିରେ ଯୋଗ୍ୟ ବିବେଚିତ ୨ଜି ଗ୍ରାହକଙ୍କୁ ‘ଜିରୋ ଏକ୍ସଟ୍ରା କଷ୍ଟ’ ଋଣ ଦିଆଯାଉଛି। ଏହି ଅଫର ଜରିଆରେ ଗ୍ରାହକମାନେ କମ୍ ଦାମ୍‌ରେ ବଜାରରୁ ୪ଜି ଫୋନ୍ କିଣିପାରିବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଏହି ଅଫର ପାଇଁ ଏୟାରଟେଲ ଆଇଡିଏଫ୍‌ସି(IDFC) ବ୍ୟାଙ୍କ ସହ ବୁଝାମଣା କରିଛି। ବୁଝାମଣା ଅନୁସାରେ, ଗ୍ରାହକମାନେ ୬,୮୦୦ ଟଙ୍କିଆ ଏୟାରଟେଲ ୪ଜି ସ୍ମାର୍ଟଫୋନ୍‌କୁ ଋଣ କରି କିଣିଲେ ପ୍ରଥମେ ୩,୨୫୯ ଟଙ୍କା ପୈଠ (ଡାଉନ ପେମେଣ୍ଟ) କରିବାକୁ ପଡ଼ିବ। ଏଥିସହ ପ୍ରତି ମାସରେ ୬୦୩ ଟଙ୍କା ଇଏମ୍‌ଆଇ(EMI) ଦେବାକୁ ହେବ।

୧୦ ମାସ ମଧ୍ୟରେ ଗ୍ରାହକ ଋଣ ପରିଶୋଧ କରିପାରିବେ। ତେଣୁ ଫୋନ୍ ପାଇଁ ଗ୍ରାହକଙ୍କୁ ପ୍ରାୟ ୯,୨୮୯ ଟଙ୍କା ଦେବାକୁ ପଡ଼ିବ।କିନ୍ତୁ ଏହି ଫୋନ୍‌କୁ ବଜାର ଦର ଅନୁସାରେ କିଣିଲେ ଗ୍ରାହକଙ୍କୁ ପ୍ରାୟ ୯,୭୩୫ ଟଙ୍କା ଦେବାକୁ ପଡ଼ିବ ବୋଲି ଏୟାରଟେଲ ପକ୍ଷରୁ କୁହାଯାଇଛି। ଏହି ଅଫରକୁ ୬୦ ଦିନ ପାଇଁ ଉପଲବ୍ଧ କରାଯାଉଛି।

ଏହି ଅଫର ୨୮ ଦିନିଆ ବଣ୍ଡଲ ପ୍ୟାକ୍‌ରେ ଉପଲବ୍ଧ ହେବ। ଏହି ପ୍ୟାକ୍‌ରେ ୨୪୯ ଟଙ୍କାରେ ୧.୫ ଜିବି ଡାଟା ଓ ଅନ୍‌ଲିମିଟେଡ୍ କଲିଂ ସୁବିଧା ମିଳୁଛି।

ଏୟାରଟେଲ ଏହି ଲୋନ୍ ଅଫରର ନାଁ ରଖିଛି ‘ଜିରୋ ଏକ୍ସଟ୍ରା କଷ୍ଟ’। କାରଣ ଏହି ଅଫର ଜରିଆରେ ଗ୍ରାହକଙ୍କଠାରୁ ନିଆଯାଉଥିବା ଦର ବଜାର ଦରଠାରୁ କମ୍ ହେବ। ଯଦି ବଜାରରୁ ଏହି ଫୋନ୍‌କୁ ତାରିଫ୍ ପ୍ଲାନ୍ ସହିତ କିଣାଯିବ ତେବେ ତାହାର ମୂଲ୍ୟ ଯଥେଷ୍ଟ ବଢ଼ିଯିବ ବୋଲି କମ୍ପାନି କହିଛି।

Comment