ଓଡ଼ିଶାଲାଇଭ୍ ବ୍ୟୁରୋ

ଏୟାରଟେଲ ଏବେ ନିଜ ଗ୍ରାହକମାନଙ୍କୁ ଅନେକଗୁଡ଼ିଏ ଶସ୍ତା ରିଚାର୍ଜ ପ୍ଲାନ୍ ପ୍ରଦାନ କରୁଛି। ସେଥିମଧ୍ୟରୁ କିଛି ପ୍ଲାନ୍ ୨ ଶହ ଟଙ୍କା ମଧ୍ୟରେ ଉପଲବ୍ଧ ହେଉଛି। ଏହି ପ୍ଲାନ୍‌ଗୁଡ଼ିକରେ ମାଗଣା କଲିଂ, ଡାଟା ସହ ଓଟିଟି ଆପ୍‌ ସୁବିଧା ମଧ୍ୟ ଦିଆଯାଉଛି।

୧୭୯ ଟଙ୍କିଆ ପ୍ଲାନ୍

ଏୟାରଟେଲର ୧୭୯ ଟଙ୍କିଆ ପ୍ଲାନ୍ ୨୮ ଦିନ ପାଇଁ ଉପଲବ୍ଧ। ଏଥିରେ ୨ ଜିବି ଡାଟା ସହିତ ଅସୀମିତ କଲିଂ ସୁବିଧା ମଧ୍ୟ ମିଳୁଛି। ଏଥିସହ ୩୦୦ ଏସ୍‌ଏମ୍‌ଏସ୍ ମଧ୍ୟ ପ୍ରଦାନ କରାଯାଉଛି।ଏହି ପ୍ଲାନ୍‌ରେ ଭାରତୀ AXA ଲାଇଫ୍ ତରଫରୁ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଦା ମଧ୍ୟ ଦିଆଯାଉଛି। ଏଥିସହ ଏହି ପ୍ଲାନ୍‌ରେ ମାଗଣା ହେଲୋଟ୍ୟୁନ୍, ଓ୍ଵିଙ୍କ୍‌ ମ୍ୟୁଜିକ୍ ଓ ଏୟାରଟେଲ ଏକ୍ସଟ୍ରିମ୍‌ର ମାଗଣା ସବ୍‌ସ୍କ୍ରିପ୍‌ସନ୍ ବି ମିଳୁଛି।

୧୯୯ ଟଙ୍କିଆ ପ୍ଲାନ୍

ଏୟାରଟେଲର ୧୯୯ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକଙ୍କୁ ଦୈନିକ ୧ ଜିବି ଡାଟା ମିଳୁଛି। ଏହି ପ୍ଲାନ୍ ୨୪ ଦିନ ପର୍ଯ୍ୟନ୍ତ ଉପଲବ୍ଧ। ସେହିପରି ଅସୀମିତ କଲିଂ ଓ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ମିଳୁଛି। ଅତିରିକ୍ତ ସୁବିଧା ହିସାବରେ ମାଗଣା ହେଲୋଟ୍ୟୁନ୍, ଓ୍ଵିଙ୍କ୍ ମ୍ୟୁଜିକ୍ ଓ ଏୟାରଟେଲ ଏକ୍ସଟ୍ରିମ୍‌ର ମାଗଣା ଆକ୍ସେସ୍ ପ୍ରଦାନ କରାଯାଉଛି।

Comment