ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ୍ ଆଇଡିଆ(Vi) ନିଜ ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକଗୁଡ଼ିଏ ପ୍ରିପେଡ୍ ଓ ପୋଷ୍ଟପେଡ୍ ପ୍ଲାନ୍ ପ୍ରଦାନ କରୁଛି। ସବୁଠୁ ଖାସ୍ କଥା ହେଉଛି ଅଧିକ ଡାଟା ବ୍ୟବହାର କରୁଥିବା ୟୁଜରମାନଙ୍କ ପାଇଁ କମ୍ପାନି କେତେକ ଶସ୍ତା ପ୍ଲାନ୍ ଅଫର କରୁଛି। ଏହି ପ୍ଲାନ୍‌ଗୁଡ଼ିକରେ ଦୈନିକ ୪ ଜିବି ଡାଟା ମିଳୁଛି। ଏଥିସହ ଅସୀମିତ କଲିଂ ଓ ଡାଟା ରୋଲଓଭର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି।

ଏହି ପ୍ଲାନ୍‌ଗୁଡ଼ିକରେ ଶନିବାର ଓ ରବିବାର ପାଇଁ ଡାଟା ରୋଲଓଭର ସୁବିଧା ପ୍ରଦାନ କରାଯାଉଛି। ଏହାକୁ ସପ୍ତାହାନ୍ତ ଡାଟା ରୋଲଓଭର ବୋଲି କୁହାଯାଉଛି। ଏହାର ଅର୍ଥ ହେଉଛି, ସୋମବାରରୁ ଶୁକ୍ରବାର ମଧ୍ୟରେ ଯଦି ଆପଣଙ୍କ ଦୈନିକ ଡାଟାରୁ କିଛି ବଳକା ଡାଟା ରହିଯାଇଛି ତେବେ ସେସବୁକୁ ଆପଣ ଶନିବାର ଓ ରବିବାର ବ୍ୟବହାର କରିପାରିବେ।Viର ୨୯୯ ଟଙ୍କିଆ ପ୍ଲାନ୍

ଭୋଡାଫୋନ୍ ଆଇଡିଆର ୨୯୯ ଟଙ୍କିଆ ପ୍ଲାନ୍‌ରେ ଡବଲ୍ ଡାଟା ଅଫର ପ୍ରଦାନ କରାଯାଉଛି। ଏଥିରେ ଦୈନିକ ୪ ଜିବି ଡାଟା(୨ ଜିବି ସହ ଅତିରିକ୍ତ ୨ ଜିବି ଡାଟା) ମିଳୁଛି। ଏଥିସହ ଯେ କୌଣସି ନେଟ୍‌ଓ୍ଵର୍କକୁ ଅସୀମିତ କଲିଂ ଓ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ଦିଆଯାଉଛି। ଭୋଡାଫୋନ୍‌ର ଏହି ପ୍ଲାନ୍‌ଟି ୨୮ ଦିନ ପାଇଁ ଉପଲବ୍ଧ। ତେଣୁ ଏହି ପ୍ଲାନ୍‌ରେ ୟୁଜରଙ୍କୁ ମୋଟ ୧୧୨ ଜିବି ଡାଟା ମିଳୁଛି।

୪୪୯ ଟଙ୍କିଆ ପ୍ଲାନ୍

ଏହି ପ୍ଲାନ୍‌ରେ ମଧ୍ୟ ଡବଲ୍ ଡାଟା ପ୍ରଦାନ କରାଯାଉଛି। ଗ୍ରାହକଙ୍କୁ ଏଥିରେ ଦୈନିକ ୪ ଜିବି ହାଇସ୍ପିଡ୍ ଡାଟା, ୧୦୦ ଏସ୍‌ଏମ୍‌ଏସ୍ ଓ ଯେ କୌଣସି ନେଟ୍‌ଓ୍ଵର୍କକୁ ଅସୀମିତ କଲିଂ ସୁବିଧା ମିଳୁଛି। ପ୍ଲାନ୍‌ଟି ୫୬ ଦିନ ପାଇଁ ଉପଲବ୍ଧ ହେଉଥିବାରୁ ଗ୍ରାହକଙ୍କୁ ମୋଟ ୨୨୪ ଜିବି ଡାଟା ଦିଆଯାଉଛି।୬୯୯ ଟଙ୍କିଆ ପ୍ଲାନ୍

 

ଭୋଡାଫୋନ୍‌ର ୬୯୯ ଟଙ୍କିଆ ପ୍ଲାନ୍‌ରେ ମଧ୍ୟ ଡବଲ୍ ଡାଟା ଅଫର ମିଳୁଛି। ଏଥିରେ ଦୈନିକ ୪ ଜିବି ଡାଟା (୨ ଜିବି ଡାଟା ସହ ଅତିରିକ୍ତ ୨ ଜିବି) ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ପ୍ରଦାନ କରାଯାଉଛି। ଏହି ପ୍ଲାନ୍‌ ୮୪ ଦିନ ପାଇଁ ଉପଲବ୍ଧ ହେଉଛି। ତେଣୁ ୬୯୯ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକଙ୍କୁ ମୋଟ ୩୩୬ ଜିବି ଡାଟା ମିଳୁଛି।

ଏଥିସହ ୟୁଜରମାନଙ୍କୁ Vi ମୁଭିଜ୍ ଓ Vi ଟିଭିର ମାଗଣା ଆକ୍ସେସ୍ ସୁବିଧା ମିଳୁଛି। ସେହିପରି ଏମ୍‌ପିଏଲ୍‌ରେ ନିଜ ମନ ପସନ୍ଦର ଗେମ୍ ଖେଳିବା ପାଇଁ ୧୨୫ ଟଙ୍କାର ସୁନିଶ୍ଚିତ ବୋନସ୍ କ୍ୟାସ୍ ପ୍ରଦାନ କରାଯାଉଛି। ଏହାଛଡ଼ା ପ୍ରତିଦିନ ଜୋମାଟୋରେ ଖାଦ୍ୟ ଅର୍ଡର କରିବା ପାଇଁ ପ୍ଲେଟ୍ ପିଛା ୭୫ ଟଙ୍କାର ରିହାତି ମିଳୁଛି।

Comment