ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଟେଲିକମ୍ କମ୍ପାନି ଏୟାରଟେଲ ଏବେ ନିଜ ଗ୍ରାହକଙ୍କ ପାଇଁ ଏକ ଦମ୍‌ଦାର୍ ଅଫର ଲଞ୍ଚ୍ କରିଛି। ଏହି ଅଫରରେ ଗ୍ରାହକଙ୍କୁ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପିର ମାଗଣା ସବ୍‌ସ୍କ୍ରିପ୍‌ସନ୍ ପ୍ରଦାନ କରାଯାଉଛି। ମୋବାଇଲ ୟୁଜରଙ୍କ ବ୍ୟତୀତ କମ୍ପାନି ଏୟାରଟେଲ ବ୍ରଡବ୍ୟାଣ୍ଡ୍ ପ୍ଲାନ୍‌ରେ ମଧ୍ୟ ଏହି ସୁବିଧା ପ୍ରଦାନ କରୁଛି। ତେବେ ଏହି ପ୍ଲାନ୍ କେବଳ ଯୋଗ୍ୟ ବିବେଚିତ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି।

ବ୍ରଡ୍‌ବ୍ୟାଣ୍ଡ୍ ପ୍ଲାନ୍

ଏୟାରଟେଲ ନିଜର ୯୯୯ ଟଙ୍କିଆ ଏକ୍ସଟ୍ରିମ୍ ଏଣ୍ଟରଟେନ୍‌ମେଣ୍ଟ ବ୍ରଡ୍‌ବ୍ୟାଣ୍ଡ୍ ପ୍ଲାନ୍ ସହିତ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପିର ମାଗଣା ସବ୍‌ସ୍କ୍ରିପ୍‌ସନ୍ ପ୍ରଦାନ କରୁଛି। ସେହିପରି ୧,୪୯୯ ଟଙ୍କିଆ ଓ ୩,୯୯୯ ଟଙ୍କିଆ ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍‌ରେ ମଧ୍ୟ ଏହି ଅଫର୍ ଦିଆଯାଉଛି।ମୋବାଇଲ ରିଚାର୍ଜ ପ୍ଲାନ୍

ମୋବାଇଲ ୟୁଜରଙ୍କ ପାଇଁ ମଧ୍ୟ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ସୁବିଧା ଦେଉଛି ଏୟାରଟେଲ। କମ୍ପାନିର ୩୯୯ ଟଙ୍କିଆ ପ୍ଲାନ୍‌ରେ ଏହି ଅଫର୍ ମିଳୁଛି। ସେହିପରି ୪୦୧ ଟଙ୍କିଆ ପ୍ଲାନ୍‌ରେ ଏହି ଅଫର୍ ସହିତ ୩୦ ଜିବି ଡାଟା ମିଳୁଛି। ଏହି ପ୍ଲାନ୍ ୨୮ ଦିନ ପାଇଁ ଉପଲବ୍ଧ ହେଉଛି।

ପୋଷ୍ଟପେଡ୍ ପ୍ଲାନ୍

କମ୍ପାନିର ବିଭିନ୍ନ ପୋଷ୍ଟପେଡ୍ ପ୍ଲାନ୍‌ରେ ଏହି ସୁବିଧା ମିଳୁଛି। ୪୪୮ ଟଙ୍କିଆ ପ୍ଲାନ୍‌ରେ ଏହି ନୂଆ ଅଫର୍ ସହିତ ଦୈନିକ ୩ ଜିବି ଡାଟା, ଅନ୍‌ଲିମିଟେଡ୍ କଲିଂ ଓ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ମିଳୁଛି। ଏଥିସହ ଏକ ବର୍ଷ ପାଇଁ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପିର ମାଗଣା ସବ୍‌ସ୍କ୍ରିପ୍‌ସନ୍ ଦିଆଯାଉଛି। ଏହି ପ୍ଲାନ୍ ୨୮ ଦିନ ପାଇଁ ଉପଲବ୍ଧ ହେଉଛି।ଏୟାରଟେଲର ୫୯୯ ଟଙ୍କିଆ ପ୍ଲାନ୍‌ରେ ଦୈନିକ ୨ ଜିବି ଡାଟା ମିଳୁଛି। ଏଥିସହ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ବି ମିଳୁଛି। ଏହି ପ୍ଲାନ୍ ୫୭ ଦିନ ପାଇଁ ଉପଲବ୍ଧ ହେଉଛି।

ଏୟାରଟେଲର ୪୯୯ ଟଙ୍କିଆ ପୋଷ୍ଟପେଡ୍ ପ୍ଲାନ୍‌ରେ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସହ ଆମାଜନ୍ ପ୍ରାଇମ୍ ସବ୍‌ସ୍କ୍ରିପ୍‌ସନ୍ ମଧ୍ୟ ଦିଆଯାଉଛି। ଏହି ସବୁ ପ୍ଲାନ୍ ବ୍ୟତୀତ ୯୯୯ ଟଙ୍କିଆ ଓ ୧,୫୯୯ ଟଙ୍କିଆ ପ୍ଲାନ୍ ସହ ମଧ୍ୟ ଆମାଜନ୍ ପ୍ରାଇମ୍ ସବ୍‌ସ୍କ୍ରିପ୍‌ସନ୍ ମିଳୁଛି।

Comment