ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଟେଲିକମ୍ କମ୍ପାନି ଏୟାରଟେଲ ନିଜ ଗ୍ରାହକଙ୍କ ପାଇଁ ଏକ ଦମ୍‌ଦାର୍ ଡାଟା ଅଫର ଲଞ୍ଚ୍ କରିଛି। ଏଥିରେ ନୂଆ ୪ଜି ୟୁଜରଙ୍କୁ ମାଗଣାରେ ୫ ଜିବି ଡାଟା ମିଳୁଛି।

ଏୟାରଟେଲର ଏହି ଅଫର ନ୍ୟୁ ୪ଜି ସିମ୍ ବା ୪ଜି ଅପ୍‌ଗ୍ରେଡ୍ ଫ୍ରି ଡାଟା କୁପନ୍ସ ନାମରେ ଲଞ୍ଚ୍ ହୋଇଛି। ଏଥିରେ କମ୍ପାନି ନିଜ ଗ୍ରାହକଙ୍କୁ ୫ଟି କୁପନ୍‌ରେ ମୋଟ ୫ ଜିବି ମାଗଣା ଡାଟା ଦେଉଛି।କାହାକୁ ମିଳିବ?

ଏହି ଅଫରର ଲାଭ ଉଠାଇବାକୁ ହେଲେ କମ୍ପାନିର କିଛି ସର୍ତ୍ତ ମାନିବାକୁ ପଡ଼ିବ। ଯେଉଁମାନେ ପ୍ରଥମ କରି ଏୟାରଟେଲର ୪ଜି ସିମ୍ କିଣିବେ ସେମାନଙ୍କୁ ଏହି ଅଫରର ଫାଇଦା ମିଳିବ। ଏହାଛଡ଼ା ଯେଉଁମାନେ ଏୟାରଟେଲ ୩ଜି ସିମ୍‌ କାର୍ଡକୁ ୪ଜି ସିମ୍‌ରେ ଅପ୍‌ଗ୍ରେଡ୍ କରିବେ ସେମାନେ ମଧ୍ୟ ଏହି ଅଫରରେ ମାଗଣା ୫ ଜିବି ଡାଟା ପାଇପାରିବେ।ଏୟାରଟେଲ ଥ୍ୟାଙ୍କ୍‌ସ ଆପ୍‌ରେ କେମିତି ଆକ୍ଟିଭେଟ୍ କରିବେ?

ନୂଆ ୪ଜି ସିମ୍ କିଣିବା ପରେ ପ୍ରଥମେ ଏୟାରଟେଲ ଥ୍ୟାଙ୍କ୍‌ସ ଆପ୍ ଡାଉନଲୋଡ କରନ୍ତୁ। ଏବେ ନିଜ ଏୟାରଟେଲ ନମ୍ବରରୁ ଏହି ଆପ୍‌ରେ ପଞ୍ଜିକରଣ କରନ୍ତୁ। ତେବେ ସିମ୍‌ କିଣିବାର ୩୦ ଦିନ ଭିତରେ ଏହି ପଞ୍ଜିକରଣ କରିବାକୁ ପଡ଼ିବ। ଏହା ପରେ ଆଫଣଙ୍କ ଆକାଉଣ୍ଟକୁ ୭୨ ଘଣ୍ଟା ଅନ୍ତରରେ ୫ଟି କୁପନ ଆସିଯିବ। ପ୍ରତିଟି କୁପନ୍‌ରେ ୧ ଜିବି ଡାଟା ଥିବ। ଏହି ଡାଟାକୁ ଆପଣ ଯେକୌଣସି ସମୟରେ ବ୍ୟବହାର କରିପାରିବେ।

Comment