ଓଡ଼ିଶାଲାଇଭ୍ ବ୍ୟୁରୋ

ଏୟାରଟେଲ୍‌ କ୍ୟାସ୍‌ବ୍ୟାକ୍ ଅଫର୍‌ରେ କେଉଁ ସବୁ ସୁବିଧା ମିଳୁଛି ଜାଣନ୍ତୁ।

ଏୟାରଟେଲ୍‌ ନିଜ ଗ୍ରାହକଙ୍କ ପାଇଁ ଏକ ଦମ୍‌ଦାର୍ ଅଫର୍ ଲଞ୍ଚ୍ କରିଛି। ଏଥିରେ ଗ୍ରାହକଙ୍କୁ ମୋବାଇଲ ରିଚାର୍ଜ ଉପରେ ୫୦ ପ୍ରତିଶତ କ୍ୟାସ୍‌ବ୍ୟାକ୍ ମିଳୁଛି। ଏହି ଅଫର୍ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଉପଲବ୍ଧ ହେବ। ତେବେ ଜାଣନ୍ତୁ ଏହି ଖାସ୍ ଅଫର୍ ବିଷୟରେ…

ଏୟାରଟେଲ୍‌ର ଏହି ଅଫର କେବଳ ଆମାଜନ ପ୍ରାଇମ୍ ମେମ୍ବରଙ୍କ ପାଇଁ ଉପଲବ୍ଧ ହେଉଛି। ତେଣୁ ଏହାର ଲାଭ ଉଠାଇବାକୁ ହେଲେ ଏୟାରଟେଲ୍‌ ସହିତ ଆପଣଙ୍କୁ ଆମାଜନ ପ୍ରାଇମ୍ ମେମ୍ବର ହେବାକୁ ପଡ଼ିବ।ଏୟାରଟେଲ୍‌ର ଏହି ଅଫର୍‌ର ଫାଇଦା ସେତେବେଳେ ମିଳିବ ଯେତେବେଳେ ଆପଣ ନିଜ ଏୟାରଟେଲ୍ ନମ୍ବରରେ ଆମାଜନ ପେ’ ମାଧ୍ୟମରେ ରିଚାର୍ଜ କରିବେ। ଏହା ପରେ ଆପଣଙ୍କୁ ସେହି ରିଚାର୍ଜ ଉପରେ ୫୦ ପ୍ରତିଶତ କ୍ୟାସ୍‌ବ୍ୟାକ୍ ମିଳିବ।

ରିଚାର୍ଜ କରିବା ପରେ ଆପଣଙ୍କ ଆମାଜନ୍ ପେ’ ଓ୍ଵାଲେଟ୍‌କୁ ତିନି ଦିନ ଭିତରେ କ୍ୟାସ୍‌ବ୍ୟାକ୍ ରାଶି ଆସିଯିବ। ଏହି ରାଶିରେ ଆପଣ ଯେକୌଣସି ସପିଂ ଅଥବା ପରବର୍ତ୍ତୀ ରିଚାର୍ଜ କରିପାରିବେ। ତେବେ ଜଣେ ୟୁଜର କେବଳ ଥରେ ହିଁ ଏହି ଅଫର୍‌ର ଲାଭ ଉଠାଇପାରିବେ।ତେବେ ଏହି ଅଫର୍‌ ପାଇଁ ସର୍ତ୍ତ ହେଉଛି ଯେ- ଆପଣଙ୍କୁ ଆମାଜନ ଆପ୍ ଅଥବା ଆମାଜନ ଓ୍ଵେବ୍‌ସାଇଟ୍‌ରେ ହିଁ ମୋବାଇଲ ରିଚାର୍ଜ କରିବାକୁ ପଡ଼ିବ। ଅର୍ଥାତ୍ ଆପଣଙ୍କୁ ଆମାଜନ ପେ’ ଓ୍ଵାଲେଟ୍‌ରୁ ରିଚାର୍ଜ କରିବାକୁ ପଡ଼ିବ, କିନ୍ତୁ ୟୁପିଆଇ ବ୍ୟବହାର କରିବାକୁ ପଡ଼ିବନି।

Comment