ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଟେଲିକମ୍ କମ୍ପାନି ବିଏସଏନଏଲ ନିଜ ଗ୍ରାହକଙ୍କ ପାଇଁ ୩ଟି ନୂଆ ପୋଷ୍ଟପେଡ୍ ପ୍ଲାନ୍ ଲଞ୍ଚ୍ କରିଛି। ଏହି ପ୍ଲାନଗୁଡ଼ିକରେ ଅସୀମିତ କଲିଂ, ଡାଟା ସମେତ ଅନେକ ଆକର୍ଷଣୀୟ ସୁବିଧା ପ୍ରଦାନ କରାଯାଉଛି। ସବୁଠୁ ଖାସ୍ କଥା ହେଉଛି ଏହି ପ୍ଲାନରେ ୟୁଜରଙ୍କୁ ୨୨୫ ଜିବି ପର୍ଯ୍ୟନ୍ତ ଅଧିକ ଡାଟା ମିଳୁଛି।

୧୯୯ ଟଙ୍କିଆ ପ୍ଲାନ୍

ବିଏସଏନଏଲର ଏହି ପ୍ଲାନରେ ଅସୀମିତ କଲିଂ ସୁବିଧା ଦେଉଛି। ସେହିପରି ଅନ୍ୟ ନେଟଓ୍ୱର୍କକୁ କଲିଂ ପାଇଁ ୩୦୦ ମିନିଟ୍ ମିଳୁଛି। ଗ୍ରାହକଙ୍କୁ ଏହି ପ୍ଲାନରେ ୨୫ ଜିବି ଡାଟା ଓ ଦୈନିକ ୧୦୦ ଏସଏମଏସ ଦିଆଯାଉଛି। ଏଥିସହ ୭୫ ଜିବିର ଡାଟା ରୋଲଓଭର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ତେବେ ଡାଟା ଲିମିଟ୍ ଶେଷ ହେବା ପରେ ୟୁଜରଙ୍କୁ ୧ ଜିବି ପିଛା ୧୦ ଟଙ୍କା ୨୪ ପଇସା ଦେବାକୁ ପଡ଼ିବ।

୭୯୮ ଟଙ୍କିଆ ପ୍ଲାନ୍

ଏହି ପ୍ଲାନରେ ଗ୍ରାହକଙ୍କୁ ୫୦ ଜିବି ହାଇ-ସ୍ପିଡ୍ ଡାଟା ମିଳୁଛି। ଏହାଛଡ଼ା ୧୫୦ ଜିବି ପର୍ଯ୍ୟନ୍ତ ଡାଟା ରୋଲଓଭର ବି ପ୍ରଦାନ କରାଯାଉଛି। ସେହିପରି ଏହି ପ୍ଲାନରେ ମଧ୍ୟ ଅସୀମିତ କଲିଂ ଓ ଦୈନିକ ୧୦୦ ଏସଏମଏସ ସୁବିଧା ମିଳୁଛି। ସବୁଠୁ ଖାସ୍ କଥା ହେଉଛି ଏହି ପ୍ଲାନରେ ଗ୍ରାହକଙ୍କୁ ଦୁଇଟି ଫ୍ୟାମିଲି କନେକ୍ସନ ଦିଆଯାଉଛି। ଫ୍ୟାମିଲି କନେକ୍ସନରେ ଅସୀମିତ ଭଏସ୍ କଲିଂ, ୫୦ ଜିବି ଡାଟା ଓ ଦୈନିକ ୧୦୦ ଏସଏମଏସ ପ୍ରଦାନ କରାଯାଉଛି।୯୯୯ ଟଙ୍କିଆ ପ୍ଲାନ୍

ବିଏସଏନଏଲର ଏହି ପୋଷ୍ଟପେଡ୍ ପ୍ଲାନରେ ସବୁ ନେଟଓ୍ୱର୍କ ପାଇଁ ଅସୀମିତ ଭଏସ୍ କଲିଂ ଓ ଦୈନିକ ୧୦୦ ଏସଏମଏସ ସୁବିଧା ମିଳୁଛି। ସେହିପରି ଏଥିରେ ୭୫ ଜିବି ଡାଟା ଏବଂ ୨୨୫ ଜିବି ପର୍ଯ୍ୟନ୍ତ ଡାଟା ରୋଲଓଭର ଦିଆଯାଉଛି। ଏହି ରିଚାର୍ଜ ପ୍ଲାନରେ ୟୁଜରଙ୍କୁ ୩ଟି ଫ୍ୟାମିଲି କନେକ୍ସନ ଅଫର କରାଯାଉଛି। ପ୍ରତି ଫ୍ୟାମିଲି କନେକ୍ସନରେ ୭୫ ଜିବି ଡାଟା ଓ ଦୈନିକ ୧୦୦ ଏସଏମଏସ ମିଳୁଛି।

Comment