ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ଟେଲିକମ୍ କମ୍ପାନି ବିଏସ୍‌ଏନ୍‌ଏଲ୍ ଆସନ୍ତା ଡିସେମ୍ବର ୧ରେ ତିନୋଟି ନୂଆ ପୋଷ୍ଟେପେଡ୍ ପ୍ଲାନ୍ ଲଞ୍ଚ୍ କରିବାକୁ ଯାଉଛି। ଏହି ପ୍ଲାନ୍‌ରେ ମାଗଣା କଲିଂ ସହ ୨୨୫ ଜିବି ପର୍ଯ୍ୟନ୍ତ ଡାଟା ରୋଲଓଭର ମିଳିବ ବୋଲି ସୂଚନା ମିଳିଛି। ତେବେ ଜାଣନ୍ତୁ ସେହି ୩ଟି ପୋଷ୍ଟପେଡ୍ ପ୍ଲାନ୍ ବିଷୟରେ…

୧୯୯ ଟଙ୍କିଆ ପ୍ଲାନ୍

ଏହି ପ୍ଲାନ୍‌କୁ ବିଏସ୍‌ଏନ୍‌ଏଲ୍‌ର ସବୁଠୁ ଶସ୍ତା ପୋଷ୍ଟପେଡ୍ ପ୍ଲାନ୍ ବୋଲି କୁହାଯାଉଛି। ଏଥିରେ ଗ୍ରାହକଙ୍କୁ ୨୫ ଜିବି ଡାଟା ଓ ୭୫ ଜିବି ପର୍ଯ୍ୟନ୍ତ ଡାଟା ରୋଲଓଭର ସୁବିଧା ମିଳିବ। ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ଵର୍କ ପାଇଁ ମାଗଣା କଲିଂ ସୁବିଧା ଦିଆଯିବ। ଅନ୍ୟ ନେଟ୍‌ଓ୍ଵର୍କକୁ କଲ୍ କରିବା ପାଇଁ ଗ୍ରାହକଙ୍କୁ ୩୦୦ ମିନିଟ୍ ଦିଆଯିବ। ଏହା ଛଡ଼ା ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ମଧ୍ୟ କରିପାରିବେ।୭୯୮ ଟଙ୍କିଆ ପ୍ଲାନ୍

ବିଏସ୍‌ଏନ୍‌ଏଲ୍‌ର ଏହି ପୋଷ୍ଟପେଡ୍ ପ୍ଲାନ୍‌ରେ ସମସ୍ତ ନେଟ୍‌ଓ୍ଵର୍କକୁ ଅସୀମିତ କଲିଂ ଓ ପ୍ରତି ମାସରେ ୫୦ ଜିବି ଡାଟା ମିଳିବ। ଏଥିସହ ୧୫୦ ଜିବି ପର୍ଯ୍ୟନ୍ତ ଡାଟା ରୋଲଓଭର ସୁବିଧା ମଧ୍ୟ ଦିଆଯିବ।

ସେହିପରି ଗ୍ରାହକମାନେ ଦିନକୁ ୧୦୦ ଏସ୍‌ଏମ୍‌ଏସ୍ ମଧ୍ୟ କରିପାରିବେ। ସବୁଠୁ ଖାସ୍ କଥା ହେଉଛି, ଏହି ପ୍ଲାନ୍‌ରେ ଆଡ୍-ଅନ୍ କନେକ୍ସନ ସୁବିଧା ମଧ୍ୟ ରହିବ। ଏହାଦ୍ଵାରା ଅସୀମିତ କଲିଂ, ୫୦ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍ ମିଳିବ।୯୯୯ ଟଙ୍କିଆ ପ୍ଲାନ୍

ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୭୫ ଜିବି ଡାଟା ଓ ୨୨୫ ଜିବି ପର୍ଯ୍ୟନ୍ତ ଡାଟା ରୋଲଓଭର ସୁବିଧା ମିଳିବ। ଏଥିସହ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ଓ ସମସ୍ତ ନେଟ୍‌ଓ୍ଵର୍କକୁ ମାଗଣା କଲିଂ ସୁବିଧା ପ୍ରଦାନ କରାଯିବ। ଏହାଛଡ଼ା ଏହି ପ୍ଲାନ୍‌ରେ ୩ ଫ୍ୟାମିଲି ଆଡ୍-ଅନ୍ କନେକ୍ସନ ମଧ୍ୟ ଦିଆଯିବ।

ଏହି ପୋଷ୍ଟପେଡ୍ ପ୍ଲାନ୍‌ଗୁଡ଼ିକ ଲଞ୍ଚ୍ ହେବା ପରେ କମ୍ପାନି ନିଜ ୯୯ ଟଙ୍କା, ୨୨୫ ଟଙ୍କା, ୩୨୫ ଟଙ୍କା, ୭୯୯ ଟଙ୍କା ଓ ୧,୧୨୫ ଟଙ୍କାର ପୁରୁଣା ପୋଷ୍ଟପେଡ୍ ପ୍ଲାନ୍‌ଗୁଡ଼ିକୁ ବନ୍ଦ କରିଦେବ ବୋଲି ଜଣାପଡ଼ିଛି।

Comment