ଓଡ଼ିଶାଲାଇଭ୍ ବ୍ୟୁରୋ

କମ୍ ଟଙ୍କାରେ ଅଧିକ ଡାଟା ଆବଶ୍ୟକ କରୁଥିବା ଗ୍ରାହକଙ୍କ ପାଇଁ ବିଏସ୍‌ଏନ୍‌ଏଲ୍ ଏକ ଆକର୍ଷଣୀୟ ପ୍ଲାନ୍ ପ୍ରଦାନ କରୁଛି। ଏହି ପ୍ଲାନ୍‌ରେ ଦୈନିକ ୩ ଜିବି ଡାଟା ସହ ମାଗଣା କଲିଂ ସୁବିଧା ମିଳୁଛି। ତେବେ ଖୁସିର କଥା ହେଉଛି ଏଥିପାଇଁ ଆପଣଙ୍କୁ ୨୫୦ରୁ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ବିଏସ୍‌ଏନ୍‌ଏଲ୍ ନିଜ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ୨୪୭ ଟଙ୍କିଆ ସ୍ପେଶାଲ ତାରିଫ୍ ଭାଉଚର ପ୍ରଦାନ କରୁଛି। ଏଥିରେ ମାଗଣା ତଥା ଅସୀମିତ ଲୋକାଲ୍ ଓ ଏସ୍‌ଟିଡି କଲିଂ ସୁବିଧା ଦିଆଯାଉଛି। ତେବେ ଏହି ପ୍ଲାନ୍‌ର ସବୁଠୁ ଖାସ୍ କଥା ହେଉଛି ଏହାର ଡାଟା ସୁବିଧା। ୨୪୭ ଟଙ୍କିଆ ପ୍ଲାନ୍‌ରେ ଦିନକୁ ୩ ଜିବି ଡାଟା ପ୍ରଦାନ କରାଯାଉଛି। ଏଥିସହ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ବି ମିଳୁଛି।୪୦ ଦିନର ଭାଲିଡିଟି

ଏହି ପ୍ଲାନ୍‌ଟି ୩୦ ଦିନ ପାଇଁ ଉପଲବ୍ଧ ହୋଇଥାଏ। କିନ୍ତୁ ଏବେ ଏକ ପ୍ରମୋସନାଲ ଅଫର ଚାଲିଥିବାରୁ ଏହାର ଭାଲିଡିଟିକୁ ଆଉ ୧୦ ଦିନ ବଢ଼ାଇ ଦିଆଯାଇଛି। ତେଣୁ ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍‌ଟି ୪୦ ଦିନ ପାଇଁ ଉପଲବ୍ଧ ହେଉଛି। ତେଣୁ ଗ୍ରାହକମାନେ ମୋଟ ୧୨୦ ଜିବି ଡାଟା ପାଇପାରିବେ। ତେବେ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ୨୪୭ ଟଙ୍କିଆ ପ୍ଲାନ୍‌ର ପ୍ରମୋସନାଲ ଅଫର ଉପଲବ୍ଧ ହେବ।

Comment