ଓଡ଼ିଶାଲାଇଭ୍ ବ୍ୟୁରୋ

ବିଏସ୍‌ଏନ୍‌ଏଲ୍‌ର ୪୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ରେ କ’ଣ ସବୁ ସୁବିଧା ମିଳୁଛି ଜାଣନ୍ତୁ…

ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍) ନିଜ ଗ୍ରାହକଙ୍କ ପାଇଁ ଏକ ଦମ୍‌ଦାର ପ୍ଲାନ ଲଞ୍ଚ କରିଛି। ତେବେ ସବୁଠୁ ଖାସ୍ କଥା ହେଉଛି ଏହି ପ୍ଲାନ୍‌ର ଦାମ୍ ରହିଛି ମାତ୍ର ୪୯ ଟଙ୍କା। ସେପ୍ଟେମ୍ବର ପହିଲାରୁ ଏହି ପ୍ଲାନ୍‌ ଆରମ୍ଭ ହୋଇଛି। ବର୍ତ୍ତମାନ କେବଳ ତାମିଲନାଡୁ ଓ ଚେନ୍ନାଇ ସର୍କଲରେ ପ୍ଲାନ୍‌ଟି ଉପଲବ୍ଧ ହୋଇଛି। ତେବେ ଆଗକୁ ଏହି ପ୍ଲାନ୍‌ ଦେଶର ଅନ୍ୟ ସର୍କଲଗୁଡ଼ିକରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।

୪୯ ଟଙ୍କିଆ ପ୍ଲାନ୍‌ର ଫାଇଦା

ବିଏସ୍‌ଏନ୍‌ଏଲ୍‌ର ଏହି ୪୯ ଟଙ୍କିଆ ପ୍ଲାନ୍‌ଟି ଆସନ୍ତା ନଭେମ୍ବର ୨୯ ତାରିଖ ଯାଏଁ ଉପଲବ୍ଧ ହେବ। ଏହି ପ୍ଲାନ୍‌ରେ ୧୦୦ ମିନିଟ୍‌ର ଫ୍ରି କଲିଂ ସୁବିଧା ମିଳିବ। ଏହା ପରେ ମିନିଟ୍‌ ପ୍ରତି ୪୫ ପଇସା ଦେବାକୁ ପଡ଼ିବ। ଏହି ପ୍ରିପେଡ୍ ପ୍ଲାନ୍‌ରେ ୨ଜିବି ଡାଟା ସହିତ ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ମଧ୍ୟ ଦିଆଯାଉଛି।ତାମିଲନାଡ଼ୁ ଓ ଚେନ୍ନାଇ ସର୍କଲରେ ରହୁଥିବା ବିଏସ୍‌ଏନ୍‌ଏଲ୍ ବ୍ୟବହାରକାରୀମାନେ STV COMBO49 ଲେଖି 123କୁ ମେସେଜ୍ କଲେ ଏହି ପ୍ଲାନ୍‌ଟି ଆକ୍ଟିଭେଟ୍ ହୋଇଯିବ।

୧,୪୯୯ ଟଙ୍କିଆ ପ୍ଲାନ୍‌ର ଫାଇଦା

କିଛିଦିନ ପୂର୍ବରୁ ଉପରୋକ୍ତ ଦୁଇ ସର୍କଲରେ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ୧,୪୯୯ ଟଙ୍କିଆ ବର୍ଷିକିଆ ଡାଟା ପ୍ଲାନ୍ ଲଞ୍ଚ ହୋଇଛି। ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୨୫୦ ମିନିଟ୍‌ର ଫ୍ରି କଲିଂ ସୁବିଧା ଦିଆଯାଉଛି। ଏହା ବ୍ୟତୀତ ଏହି ପ୍ଲାନ୍‌ରେ ପ୍ରାୟ ୨୪ ଜିବି ଡାଟା ମିଳୁଛି। ସେହିପରି ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି।BGUତେବେ ଏହି ପ୍ଲାନ୍‌ର ବୈଧତା ୩୬୫ ଦିନ ରହିଛି। ଏହି ପ୍ଲାନ୍‌ ସହ ୯୪ ଟଙ୍କିଆ ‘ଆଡ୍‌ଭାନ୍ସ ପର୍ ମିନିଟ୍ ପ୍ଲାନ ୯୪’ ବେସ୍ ପ୍ଲାନ୍‌କୁ ଯୋଡ଼ା ଯାଇଛି। ଏହାର ଅର୍ଥ ଗ୍ରାହକଙ୍କୁ ମୋବାଇଲ ନେଟଓ୍ଵର୍କ ଓ ବିଏସ୍‌ଏନ୍‌ଏଲ୍ ଲ୍ୟାଣ୍ଡଲାଇନ୍‌ରେ ଲୋକାଲ କଲିଂ ପାଇଁ ମିନିଟ୍ ପିଛା ୧ ଟଙ୍କା ଦେବାକୁ ପଡ଼ିବ।

Comment