ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସଞ୍ଚାର ନିଗମ(ବିଏସ୍‌ଏନ୍‌ଏଲ୍) ନିଜ ଗ୍ରାହକମାନଙ୍କ ପାଇଁ ଏକ ଦମ୍‌ଦାର୍ ପ୍ରିପେଡ୍ ପ୍ଲାନ୍ ପ୍ରଦାନ କରିଛି। ଏଥିରେ ଦିନକୁ ୩ ଜିବି ଡାଟା ଓ କଲିଂ ସମେତ ଅନେକ ମାଗଣା ସେବା ଉପଲବ୍ଧ ହେଉଛି। ତେବେ ଆସନ୍ତୁ ଜାଣିବା ଏହି ପ୍ଲାନ୍ ବିଷୟରେ…

ଏହି ପ୍ଲାନ୍ ହେଉଛି ବିଏସ୍‌ଏନ୍‌ଏଲ୍ ୧,୯୯୯ ଟଙ୍କିଆ ପ୍ଲାନ୍‌ର ଅପ୍‌ଡେଟ୍ ଭର୍ସନ। ଏହା ୪୨୫ ଦିନ ପାଇଁ ଉପଲବ୍ଧ ହେଉଛି। ଏହି ପ୍ଲାନ୍‌ରେ ଦିନକୁ ୩ ଜିବି ଡାଟା ହିସାବରେ ମୋଟ ୧୨୭୫ ଜିବି ଡାଟା ମିଳୁଛି।ଏହା ଛଡ଼ା ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ବି ମିଳୁଛି। ସେହିପରି ଅନ୍ୟ ନେଟ୍‌ଓ୍ଵର୍କକୁ କଲ୍ ପାଇଁ ୨୫୦ ମିନିଟ୍ ଦିଆଯାଉଛି। ଏହି ପ୍ଲାନ୍‌ରେ ୨ ମାସ ପାଇଁ Eros Nowର ମାଗଣା ସବ୍‌ସ୍କ୍ରିପ୍‌ସନ୍ ମିଳୁଛି।

ନିକଟରେ ବିଏସ୍‌ଏନ୍‌ଏଲ୍ ନିଜ ୟୁଜରମାନଙ୍କୁ ଆଉ ଏକ ଉପହାର ଭେଟି ଦେଇଛି। କମ୍ପାନିର ଘୋଷଣା ଅନୁସାରେ, ଅକ୍ଟୋବର ୨୧ରୁ ୧୩୫ ଟଙ୍କିଆ ତାରିଫ୍ ପ୍ଲାନ୍‌ରେ ଅଧିକ ସୁବିଧା ପ୍ରଦାନ କରାଯାଉଛି।ଆଗରୁ ଏହି ପ୍ଲାନ୍‌ରେ ବିଏସ୍‌ଏନ୍‌ଏଲ୍ ବ୍ୟତୀତ ଅନ୍ୟ ନେଟ୍‌ଓ୍ଵର୍କକୁ କଲ୍ କରିବା ପାଇଁ ୩୦୦ ମିନିଟ୍ ଅର୍ଥାତ୍ ୫ ଘଣ୍ଟା ଦିଆଯାଉଥିଲା। ଏବେ ଏହାକୁ ୧୪୪୦ ମିନିଟ୍ ଅର୍ଥାତ୍ ୨୪ ଘଣ୍ଟାକୁ ବଢ଼ାଇ ଦିଆଯାଇଛି। ତେବେ ଏହି ନୂଆ ପ୍ଲାନ୍ ବର୍ତ୍ତମାନ ତାମିଲନାଡ଼ୁ ସର୍କଲରେ ଜାରି ହୋଇଛି। ଆଗାମୀ ଦିନରେ ଅନ୍ୟ ସମସ୍ତ ସର୍କଲରେ ଏହି ପ୍ଲାନ୍ ଲଞ୍ଚ୍ ହେବ ବୋଲି ଆଶା କରାଯାଉଛି।

Comment