ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ୍) ପକ୍ଷରୁ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଫେଷ୍ଟିଭ୍ ଅଫର ଘୋଷଣା କରାଯାଇଛି। ଏହି ଅଫର ଅନୁଯାୟୀ, ବିଏସ୍‌ଏନ୍‌ଏଲ୍ ନିଜ ପ୍ରିପେଡ୍ ୟୁଜରଙ୍କ ପାଇଁ କେତେକ ପ୍ଲାନ୍ ଭାଉଚର ଓ ସ୍ପେଶାଲ ତାରିଫ୍ ଭାଉଚରର ଅବଧିକୁ ବଢ଼ାଇଦେଇଛି। ତେବେ କେଉଁ ପ୍ଲାନ୍‌ର ଅବଧିକୁ କେତେ ସମୟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଜାଣନ୍ତୁ…

ଏହି ଅଫର ନଭେମ୍ବର ୩୦ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏଥିସହ ୬୦ ଟଙ୍କିଆ ଟପ୍‌ ଅପ୍‌ରେ ଫୁଲ୍ ଟକ୍‌ଟାଇମ୍ ମଧ୍ୟ ଦିଆଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।ପ୍ରିପେଡ୍ ୟୁଜରଙ୍କ ପାଇଁ ବିଏସ୍‌ଏନ୍‌ଏଲ୍‌ର ନୂଆ ଅଫର:

୧,୯୯୯ ଟଙ୍କିଆ ପ୍ଲାନ୍

ଏହି ପ୍ଲାନ୍‌ର ଅବଧିକୁ ୬୦ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ପ୍ଲାନ୍ ୩୬୫ ଦିନ ପର୍ଯ୍ୟନ୍ତ ଉପଲବ୍ଧ ହେଉଥିଲା। ଏବେ ଏହା ୪୨୫ ଦିନର ଭାଲିଡିଟି ସହ ଆସୁଛି। ଏହି ପ୍ଲାନ୍‌ରେ ଅନ୍‌ଲିମିଟେଡ୍ ମାଗଣା କଲିଂ ଓ ଦୈନିକ ୩ଜିବି ଡାଟା ପ୍ରଦାନ କରାଯାଉଛି। ଗ୍ରାହକଙ୍କୁ ୩୬୫ ଦିନ ପାଇଁ ଅନ୍‌ଲିମିଟେଡ୍ ହେଲୋଟ୍ୟୁନ୍ ପରିବର୍ତ୍ତନ ବିକଳ୍ପ ସହିତ ବିଏସ୍‌ଏନ୍‌ଏଲ୍ ଟ୍ୟୁନ୍ ମିଳୁଛି।

୬୯୯ ଟଙ୍କିଆ ପ୍ଲାନ୍

ବିଏସ୍‌ଏନ୍‌ଏଲ୍ ଏହି ପ୍ଲାନ୍‌ର ଅବଧିକୁ ୨୦ ଦିନ ବଢ଼ାଇ ଦେଇଛି। ପୂର୍ବରୁ ଏହି ପ୍ଲାନ୍ ୧୬୦ ଦିନ ପାଇଁ ବୈଧ ଥିଲା। କିନ୍ତୁ ଏବେ ୧୮୦ ଦିନ ପର୍ଯ୍ୟନ୍ତ ଉପଲବ୍ଧ ହେଉଛି। ଏହି ପ୍ଲାନ୍‌ରେ ଅନ୍‌ଲିମିଟେଡ୍ ମାଗଣା କଲିଂ ସହିତ ଦୈନିକ ୦.୫ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍ ମିଳୁଛି। ଏଥିସହ ୬୦ ଦିନ ପର୍ଯ୍ୟନ୍ତ ବିଏସ୍‌ଏନ୍‌ଏଲ୍ ଟ୍ୟୁନ୍ ବି ଦିଆଯାଉଛି।୨୪୭ ଟଙ୍କିଆ ପ୍ଲାନ୍

ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍‌ ଅବଧି ଏବେ ୪୦ ଦିନ ଅଧିକ ହୋଇଯାଇଛି। ଏଥିରେ ଅନ୍‌ଲିମିଟେଡ୍ ମାଗଣା କଲିଂ ସହିତ ଦୈନିକ ୩ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍ ପ୍ରଦାନ କରାଯାଉଛି। ଏଥିସହ ଏହି ପ୍ଲାନ୍‌ରେ ୩୦ ଦିନ ପର୍ଯ୍ୟନ୍ତ ବିଏସ୍‌ଏନ୍‌ଏଲ୍ ଟ୍ୟୁନ୍ ବି ଦିଆଯାଉଛି।

୧୪୭ ଟଙ୍କିଆ ପ୍ଲାନ୍

ଏହି ପ୍ଲାନ୍‌ ଏବେ ୩୦ ଦିନରୁ ବୃଦ୍ଧି ହୋଇ ୩୫ ଦିନ ହୋଇଯାଇଛି। ଏଥିରେ ଅନ୍‌ଲିମିଟେଡ୍ ଭଏସ୍ କଲିଂ ସହ ୧୦ ଜିବି ଡାଟା ମିଳୁଛି। ଏଥିସହ ଏହି ପ୍ଲାନ୍‌ରେ ୩୦ ଦିନ ଯାଏଁ ଗ୍ରାହକଙ୍କୁ ବିଏସ୍‌ଏଲ୍ ଫାଇଦା ମିଳିଥାଏ।

Comment