ଓଡ଼ିଶାଲାଇଭ୍ ବ୍ୟୁରୋ
ଏୟାରଟେଲ୍, ଜିଓ ଓ ବିଏସ୍ଏନ୍ଏଲ୍ର ବେଷ୍ଟ ବ୍ରଡବ୍ୟାଣ୍ଡ୍ ପ୍ଲାନ୍ ବିଷୟରେ ଜାଣନ୍ତୁ।
କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ‘ଓ୍ଵର୍କ ଫ୍ରମ୍ ହୋମ୍’ ଏକ ଆବଶ୍ୟକତାରେ ପରିଣତ ହୋଇଛି। ଏପରି ସ୍ଥିତିରେ ଲୋକଙ୍କର ଡାଟା ଖର୍ଚ୍ଚ ମଧ୍ୟ ବଢ଼ିଯାଇଛି। ଯଦି ଆପଣ ଏହି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏୟାରଟେଲ୍, ଜିଓ ଓ ବିଏସ୍ଏନ୍ଏଲ୍ ପକ୍ଷରୁ ଏମିତି କିଛି ବ୍ରଡବ୍ୟାଣ୍ଡ୍ ପ୍ଲାନ୍ ପ୍ରଦାନ କରାଯାଉଛି ଯେଉଁଥିରେ ୧ ହଜାର ଟଙ୍କାରୁ କମ୍ ମୂଲ୍ୟରେ ହାଇସ୍ପିଡ୍ ଡାଟା ମିଳୁଛି। ତେବେ ଜାଣନ୍ତୁ ସେହି ସବୁ ପ୍ଲାନ୍ ବିଷୟରେ…
ଜିଓ ଫାଇବର୍ର ୩୯୯ ଟଙ୍କିଆ ପ୍ଲାନ୍
ଜିଓ ଫାଇବର୍ର ୩୯୯ ଟଙ୍କିଆ ପ୍ଲାନ୍ ହେଉଛି ସବୁଠୁ ଶସ୍ତା ବ୍ରଡବ୍ୟାଣ୍ଡ୍ ପ୍ଲାନ୍। ଏଥିରେ ଅନ୍ଲିମିଟେଡ୍ ଡାଟା ଓ କଲିଂ ସୁବିଧା ମିଳୁଛି। ଏଥିରେ ୩୦ଏମ୍ବିପିଏସ୍ ସ୍ପିଡ୍ର ଇଣ୍ଟରନେଟ୍ ମିଳୁଛି। ଏହି ପ୍ଲାନ୍ରେ କୌଣସି ଓଟିଟି ସବ୍ସ୍କ୍ରିପ୍ସନ୍ ଦିଆଯାଉନାହିଁ।
ଏୟାରଟେଲ୍ ଏକ୍ସଟ୍ରିମ୍ ଫାଇବର୍ର ୪୯୯ ଟଙ୍କିଆ ପ୍ଲାନ୍
ଏହି ପ୍ଲାନ୍ରେ ଏୟାରଟେଲ୍ ନିଜ ଗ୍ରାହକଙ୍କୁ ଅନ୍ଲିମିଟେଡ୍ ଇଣ୍ଟରନେଟ୍ ଦେଉଛି। ସେହିପରି ଏଥିରେ ଅନ୍ଲିମିଟେଡ୍ କଲିଂ ଓ ୪୦ ଏମ୍ବିପିଏସ୍ ସ୍ପିଡ୍ର ଇଣ୍ଟରନେଟ୍ ମିଳୁଛି। ଏହି ପ୍ଲାନ୍ରେ ୧୦,୦୦୦+ ଫିଲ୍ମ ସହିତ ୭ଟି ଓଟିଟି ଆପ୍ ଓ ୫ଟି ଷ୍ଟୁଡିଓ ଆକ୍ସେସ୍ ମଧ୍ୟ ପ୍ରଦାନ କରାଯାଉଛି।
ବିଏସ୍ଏନ୍ଏଲ୍ର ବିବି ହୋମ୍ କମ୍ଵୋ ୟୁଏଲ୍ଡି ୯୦୦
ଯଦି ଆପଣ ବିଏସ୍ଏନ୍ଏଲ୍ର ଏହି ପ୍ଲାନ୍ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଏଥିରେ ଆପଣଙ୍କୁ ୧୦ ଏମ୍ବିପିଏସ୍ ସ୍ପିଡ୍ରେ ୧୫ ଜିବି ଡାଟା ମିଳିବ। ଏହା ସହିତ ଆପଣ ଯେକୌଣସି ନେଟ୍ଓ୍ଵର୍କକୁ ଅନ୍ଲିମିଟେଡ୍ କଲ୍ କରିପାରିବେ।
ଜିଓର ୬୯୯ ଟଙ୍କିଆ ପ୍ଲାନ୍
ଜିଓର ୬୯୯ ଟଙ୍କିଆ ପ୍ଲାନ୍ରେ ଆପଣଙ୍କୁ ୧୦୦ ଏମ୍ବିପିଏସ୍ ସ୍ପିଡ୍ର ଇଣ୍ଟରନେଟ୍ ମିଳିବ। ଏଥିସହ ଅନ୍ଲିମିଟେଡ୍ କଲିଂ ସୁବିଧା ଦିଆଯିବ। ତେବେ ଏଥିରେ କୌଣସି ଓଟିଟି ଆପ୍ର ସବ୍ସ୍କ୍ରିପ୍ସନ୍ ଦିଆଯାଉନାହିଁ।
ଏୟାରଟେଲ୍ର ୭୯୯ ଟଙ୍କିଆ ପ୍ଲାନ୍
ଏହି ପ୍ଲାନ୍ରେ ଆପଣଙ୍କୁ ପ୍ରତି ମାସରେ ୭୯୯ ଟଙ୍କା ଦେବାକୁ ପଡ଼ିବ। ଏଥିରେ ୧୦୦ ଏମ୍ବିପିଏସ୍ ସ୍ପିଡ୍ରେ ଇଣ୍ଟରନେଟ୍ ମିଳିବ। ଏହି ପ୍ଲାନ୍ରେ ଆପଣଙ୍କୁ ହଙ୍ଗାମା, ଇରୋଜ୍ ନାଓ ପରି ୬ଟି ଆପ୍ ସବ୍ସ୍କ୍ରିପ୍ସନ୍ ଦିଆଯିବ।![]()


















