ଓଡ଼ିଶାଲାଇଭ୍ ବ୍ୟୁରୋ

ବିଏସ୍‌ଏନ୍‌ଏଲ୍‌ ନିଜର ‘ଓ୍ଵର୍କ ଆଟ୍ ହୋମ୍‌ ‘ବ୍ରଡବ୍ୟାଣ୍ଡ ପ୍ଲାନ୍ ଅବଧିକୁ ଡିସେମ୍ବର ମାସ ପର୍ଯ୍ୟନ୍ତ ବଢ଼ାଇଦେଇଛି।

ଭାରତ ସଞ୍ଚାର ନିଗମ ଲିମିଟେଡ୍(ବିଏସ୍‌ଏନ୍‌ଏଲ୍) ନିଜ ଲୋକପ୍ରିୟ ‘ଓ୍ଵର୍କ ଆଟ୍ ହୋମ୍‌’ ପ୍ରମୋସନାଲ ବ୍ରଡବ୍ୟାଣ୍ଡ ପ୍ଲାନ୍ ଅବଧିକୁ ବଢ଼ାଇଦେଇଛି। ଚଳିତବର୍ଷ ଡିସେମ୍ବର ମାସ ପର୍ଯ୍ୟନ୍ତ ଏହି ପ୍ଲାନ୍‌ ଉପଲବ୍ଧ ହେବ। ଏଥିସହ ଦୈନିକ ୫ ଜିବି ଡାଟା ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ବିଏସ୍‌ଏନ୍‌ଏଲ୍ ଲ୍ୟାଣ୍ଡଲାଇନ୍ ଗ୍ରାହକମାନଙ୍କୁ ୪୯୯ ଟଙ୍କିଆ ଏହି ପ୍ଲାନ୍‌ରେ ମାଗଣା ଇଣ୍ଟରନେଟ୍ ସୁବିଧା ପ୍ରଦାନ କରାଯାଉଛି। ତେବେ ଗ୍ରାହକମାନେ ଆସନ୍ତା ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଏହି ପ୍ଲାନ୍‌ର ଫାଇଦା ଉଠାଇପାରିବେ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି।ପ୍ରଥମେ ଏହି ପ୍ଲାନ୍‌କୁ ତିନି ମାସ ପାଇ ଲାଗୁ କରାଯାଇଥିଲା। କିନ୍ତୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୧୦ ଏମ୍‌ବିପିଏସ୍‌ର ଡାଉନଲୋଡ ସ୍ପିଡ ସହିତ ଦୈନିକ ୫ ଜିବି ଡାଟା ପ୍ରଦାନ କରାଯାଉଛି।ବିଏସ୍‌ଏନ୍‌ଏଲ୍‌ ଏହି ‘ଓ୍ଵର୍କ ଆଟ୍ ହୋମ୍’ ପ୍ଲାନ୍‌ ଅବଧିକୁ ସବୁ ସର୍କଲରେ ବଢ଼ାଇଦେଇଛି। କିନ୍ତୁ ଆଣ୍ଡାମାନ ନିକୋବରର ଗ୍ରାହକମାନେ ଏହି ଫାଇଦା ପାଇବେ ନାହିଁ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି।

Comment