ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ଲାଗି ଅନେକଗୁଡ଼ିଏ ପୋଷ୍ଟପେଡ୍ ପ୍ଲାନ୍ ପ୍ରଦାନ କରୁଛି। ସେଥିମଧ୍ୟରୁ କିଛି ପ୍ଲାନ୍ ଖୁବ୍ ଶସ୍ତାରେ ଉପଲବ୍ଧ ହେଉଛି। ଏହି ପ୍ଲାନ୍‌ରେ ହାଇସ୍ପିଡ୍ ଡାଟା ସହ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍ ଭଳି ଓଟିଟି ଆପ୍ ସୁବିଧା ମଧ୍ୟ ମିଳୁଛି। ତେବେ ସବୁଠୁ ଖାସ୍ କଥା ହେଉଛି ଏହି ପ୍ଲାନ୍ ୪ ଶହ ଟଙ୍କାରୁ କମ୍ ମୂଲ୍ୟରେ ମଧ୍ୟ ପ୍ରଦାନ କରାଯାଉଛି।

ଜିଓର ଏଭଳି ଏକ ପ୍ଲାନ୍ ହେଉଛି ୩୯୯ ଟଙ୍କିଆ ପୋଷ୍ଡପେଡ୍ ପ୍ଲସ୍ ପ୍ଲାନ୍। ଏଥିରେ ମାସକୁ ୭୫ ଜିବି ଡାଟା ମିଳୁଛି। ଏଥିସହ ଅସୀମିତ ଭଏସ୍ କଲିଂ ଓ ଏସ୍‌ଏମ୍‌ଏସ୍ ସହ ୨୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲଓଭର ସୁବିଧା ମଧ୍ୟ ମିଳୁଛି।jioରିଲାଏନ୍ସ ଜିଓର ୩୯୯ ଟଙ୍କିଆ ପ୍ଲାନ୍‌ରେ ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ୍ ଓ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପିର ମାଗଣା ସବ୍‌ସ୍କ୍ରିପ୍‌ସନ୍ ଦିଆଯାଉଛି।

ଏୟାରଟେଲର ୩୯୯ ଟଙ୍କିଆ ପୋଷ୍ଟପେଡ୍ ପ୍ଲାନ୍ ତୁଳନାରେ ଜିଓର ଏହି ପ୍ଲାନ୍‌ରେ ଅଧିକ ଡାଟା ମିଳୁଛି। ଏୟାରଟେଲ ପୋଷ୍ଟପେଡ୍ ପ୍ଲାନ୍‌ରେ ୪୦ ଜିବି ଡାଟା, ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ଓ ଅସୀମିତ କଲିଂ ସୁବିଧା ପ୍ରଦାନ କରାଯାଉଛି। ସେହିପରି ଏଥିରେ ୟୁଜରଙ୍କୁ କେବଳ ଏୟାରଟେଲ ଏକ୍ସଟ୍ରିମ୍‌ର ମାଗଣା ଆକ୍ସେସ୍ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here