ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ହେଉଛି ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ଫାଇନାଲ ଲଢ଼େଇ। ଉତ୍ଥାନ ପତ୍ତନ ମଧ୍ୟରେ ଚଳିତବର୍ଷ ମଧ୍ୟ ଫାଇନାଲରେ ପହଞ୍ଚିଛନ୍ତି ଆଇପିଏଲ୍‌ର ଦୁଇ ଶେଷ୍ଠ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଆଜି ଯାଏଁ ଆଇପିଏଲ୍‌ ଇତିହାସରେ ଉଭୟ ଟିମ୍‌ ୩ ଥର ଲେଖାଏଁ ବିଜୟ ମୁକୁଟ ପିନ୍ଧି ବରାବର ସ୍ଥିତିରେ ଅଛନ୍ତି। ତେବେ ଚଳିତ ଥର ମଧ୍ୟ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂହ ଧୋନି।

ରାତି ୮ଟାରେ ହାଇଦ୍ରବାଦର ରାଜୀବ ଗାନ୍ଧି ଷ୍ଟାଡିୟମରେ ହେବାକୁ ଯାଉଛି ଏହି ମହାମୁକାବିଲା। ଏଥିପାଇଁ ଉଭୟ ଟିମ୍‌ ପ୍ରସ୍ତୁତ ହୋଇସାରିଛନ୍ତି। ପ୍ରଥମ କ୍ୱାଲିଫାୟାରରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସର ମନୋବଳ ସୃଦୃଢ଼ ରହିଛି। ତେବେ ଏହାର ଜବାବ ଦେବାକୁ ଯାଇ ଫାଇନାଲରେ ମୁମ୍ବାଇକୁ ହରାଇବା ଆଶା ନେଇ ଖେଳିବ ୟେଲୋ ବାହିନୀ ଚେନ୍ନାଇ ସୁପର କିଙ୍ଗ୍ସ।

ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଜି ଦେଖିବାକୁ ମିଳିବ ହାଇଭୋଲ୍ଟେଜ୍‌ ମ୍ୟାଚ୍‌। କିଏ ଜିତିବ ଆଇପିଏଲ୍‌-୧୨ର ବିଜୟ ମୁକୁଟ? ଏନେଇ ସମସ୍ତଙ୍କ ନଜର। ସୁପର ସେଣ୍ଡେ’ରେ ଆଜି ଦେଖିବାକୁ ମିଳିବ ସୁପର ମ୍ୟାଚ୍‌।

Comment