ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ୨୦୨୪ର ଚାମ୍ପିୟନ ହୋଇଛି କୋଲକାତା ନାଇଟ୍ ରାଇଡର୍ସ୍। ରବିବାର ଚେନ୍ନାଇରେ ଟୁର୍ଣ୍ଣାମେଣ୍ଟର ମେଗା ଫାଇନାଲରେ ସନରାଇଜର୍ସ୍ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି କେକେଆର୍। ଏଥିସହ ଦଳ ତୃତୀୟ ଥର ପାଇଁ ଆଇପିଏଲ୍ ଟ୍ରଫି ହାତେଇଛି।

ରବିବାର ଆଇପିଏଲ୍ ଫାଇନାଲରେ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ସନରାଇଜର୍ସ୍ ହାଇଦ୍ରାବାଦ। ହେଲେ ଦଳ ପ୍ରଥମରୁ ବିପର୍ଯୟର ଶିକାର ହୋଇଥିଲା। ମିଚଲ ଷ୍ଟାର୍କ, ଆନ୍ଦ୍ରେ ରସେଲଙ୍କ ସମେତ କେକେଆରର ଅନ୍ୟ ବୋଲରଙ୍କ ଘାତକ ବୋଲିଂ ଆଗରେ ହାଇଦ୍ରାବାଦର ଗୋଟେ ପରେ ଗୋଟେ ୱିକେଟ ପଡ଼ିବାକୁ ଲାଗିଲା।

ହାଇଦ୍ରାବାଦ ୧୮.୩ ଓଭରରେ ୧୧୩ ରନ କରି ଅଲଆଉଟ ହୋଇଥିଲା। କେକେଆର ପକ୍ଷରୁ ଆନ୍ଦ୍ରେ ରସେଲ ୩ଟି, ମିଚଲ ଷ୍ଟାର୍କ ଓ ହର୍ଷିତ ରାଣା ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଏହାପରେ ଦ୍ଵିତୀୟ ଇନିଂସରେ କୋଲକାତା ୧୦.୩ ଓଭରରେ ୨ ୱିକେଟ ହରାଇ ୧୧୪ ରନର ଲକ୍ଷ୍ୟକୁ ହାସଲ କରିନେଇଥିଲା। ଦଳ ପକ୍ଷରୁ ଭେଙ୍କଟେସ ଆୟର ୫୨ ରନ କରି ଅପରାଜିତ ଥିବାବେଳେ ରେହମାନୁଲହା ଗୁରବାଜ ୩୯ ରନ ସଂଗ୍ରହ କରିଥିଲେ। ଦଳ ଖୁବ ସହଜରେ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା।

ଏହି ବିଜୟ ସହ କେକେଆର୍ ତୃତୀୟ ଥର ପାଇଁ ଆଇପିଏଲ୍ ଟ୍ରଫି ହାସଲ କରିଛି। ଏହାପୂର୍ବରୁ ଦଳ ୨୦୧୨ ଓ ୨୦୧୪ ମସିହାରେ ଆଇପିଏଲ୍ ଚାମ୍ପିୟନ ହୋଇଥିଲା।         

Tags: #IPL2024 #Final #KKRvsSRH #KolkataKnightRiders #Champion #SunrisersHyderabad #Cricket #Sports #India

LEAVE A REPLY

Please enter your comment!
Please enter your name here