ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବ ଆଇପିଏଲ୍ ମହାସମର। ଏହାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍।

ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜର ୧୧ ଦିନ ପରେ ଆଇପିଏଲ୍ ସିଜିନ୍ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ସେହିପରି ଫାଇନାଲ୍ ମ୍ୟାଚ ମେ’ ମାସ ୨୪ ତାରିଖରେ ହେବ।

ଏଥର ଆଇପିଏଲର ଶନିବାର ଦୁଇଟି ମ୍ୟାଚ ରହିବ ନାହିଁ। କେବଳ ରବିବାର ଦୁଇଟି ମ୍ୟାଚ୍ ରହିବ ବୋଲି ସୂଚନା ମିଳିଛି। ପୂର୍ବରୁ ଉଭୟ ଶନିବାର ଓ ରବିବାର ଦିନ ଦିନ ୪ଟା ଓ ରାତି ୮ଟାରେ ମ୍ୟାଚ୍ ରହୁଥିଲା। ଏବେ କେବଳ ରବିବାର ଦିନ ୪ଟା ବେଳେ ମ୍ୟାଚ୍ ଖେଳାଯିବ। ଏହାବ୍ୟତୀତ ଅନ୍ୟ ସମସ୍ତ ମ୍ୟାଚ୍ ରାତି ୮ଟାରେ ଖେଳାଯିବ।

Comment