ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲ୍‌ ୨୦୨୦ ପାଇଁ କୋଲକତାଠାରେ ଖେଳାଳି ନିଲାମ ଶେଷ ହୋଇଛି। ଏହି ନିଲାମରେ ଅଷ୍ଟ୍ରେଲିଆର ପେସ୍‌ ବୋଲର ପ୍ୟାଟ୍‌ କୁମିନ୍ସ ଦାମୀ ଖେଳାଳି ରହିଛନ୍ତି। କୁମିନ୍ସଙ୍କୁ ୧୫.୫୦ କୋଟି ଟଙ୍କାରେ କୋଲକତା ନାଇଟ ରାଇଡର କିଣିଛି। ଏହାସହ କୁମିନ୍ସ ଆଇପିଏଲ ଇତିହାସରେ ବିଦେଶୀ ଦାମୀ ଖେଳାଳି ହୋଇଛନ୍ତି।

ଏହି ନିଲାମରେ ୩୩୨ ଖେଳାଳି ସାମିଲ ଥିଲେ। ଯେଉଁଥିରୁ ୧୮୬ ଭାରତୀୟ, ୧୪୩ ବିଦେଶୀ ଓ ୩ ଜଣ ଆସୋସିଏଟ ଦେଶର ଥିଲେ। ସେଥିମଧ୍ୟରୁ ୮ଟି ଦଳ ୬୨ ଜଣଙ୍କୁ କିଣିଛନ୍ତି। ଜାଣନ୍ତୁ ନିଲାମ ପରେ କେଉଁ ଖେଳାଳିଙ୍କୁ କେଉଁ ଦଳ ରଖିଲା।

  • ଅଷ୍ଟ୍ରେଲିଆର ପେସ ବୋଲର ପ୍ୟାଟ୍‌ କୁମିନ୍ସଙ୍କୁ ୧୫.୫୦ କୋଟିରେ କିଣିଲା କେକେଆର୍‌।
  • ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସଓ୍ଵେଲଙ୍କୁ ୧୦.୭୫ କୋଟିରେ କିଣିଲା କିଙ୍ଗସ ଇଲେଭେନ ପଞ୍ଜାବ।
  • ସାଉଥ ଆଫ୍ରିକାର କ୍ରିସ ମୋରିସଙ୍କୁ ୧୦ କୋଟିରେ କିଣିଲା ଆର୍‌ସିବି।
  • ଓ୍ଵେଷ୍ଟଇଣ୍ଡିଜର ସେଲ୍ଡଅନ୍‌ କାଟ୍ରେଲଙ୍କୁ ୮.୫୦ କୋଟିରେ କିଣିଲା ପଞ୍ଜାବ।
  • ଅଷ୍ଟ୍ରେଲିଆର ଅଲରାଉଣ୍ଡ ନାଥାନ କୁଲ୍ଟର ନାଇଲଙ୍କୁ ୮ କୋଟିରେ କିଣିଲା ମୁମ୍ଵାଇ।
  • ଓ୍ଵେଷ୍ଟଇଣ୍ଡିଜର ସିମରନ୍‌ ହେତମାୟାରଙ୍କୁ ୫୦ ଲକ୍ଷରେ କିଣିଲା ଦିଲ୍ଲୀ କ୍ୟାପିଟାଲ।
  • ପିୟୁଷ ଚାଓ୍ଵଲାଙ୍କୁ ୬.୭୫ କୋଟି ଟଙ୍କାରେ କିଣିଲା ଚେନ୍ନାଇ ସୁପର କିଙ୍ଗ୍ସ।
  • ଇଂଲଣ୍ଡର ଇୟନ ମୋର୍ଗାନଙ୍କୁ ୫.୨୫ କୋଟି ଟଙ୍କାରେ କିଣିଲା କୋଲକତା।
  • ମାର୍କ୍ସ ଷ୍ଟାଇନ୍ସଙ୍କୁ ୪.୮୦ କୋଟି ଟଙ୍କାରେ କିଣିଲା ଦିଲ୍ଲୀ କ୍ୟାପିଟାଲ।
  • ଅଷ୍ଟ୍ରେଲିଆର ଆରୋନ ଫିଞ୍ଚଙ୍କୁ ୪.୪୦ କୋଟିରେ କିଣିଲା ଆରସିବି।
  • ରବିନ ଉଥାପ୍ପାଙ୍କୁ ୩ କୋଟିରେ କିଣିଲା ରାଜସ୍ଥାନ।
  • ଜୟଦେବ ଉନାଦକତ୍‌ଙ୍କୁ ୩ କୋଟିରେ କିଣିଲା ରାଜସ୍ଥାନ।
  • ଡେଲ ଷ୍ଟେନଙ୍କୁ ଆରସିବି ୨କୋଟି ଟଙ୍କାରେ କିଣିଲା।
  • କ୍ରିସ୍‌ ଲିନ୍‌ଙ୍କୁ ୨ କୋଟିରେ କିଣିଲା ମୁମ୍ଵାଇ ଇଣ୍ଡିଆନ୍ସ।
  • ଇଂଲଣ୍ଡର ଜାସନ ରଏଙ୍କୁ ୧.୫ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ।  
  • ଏଣ୍ଡ୍ରୁ ଟାଏଙ୍କୁ ୧ କୋଟିରେ କିଣିଲା ରାଜସ୍ଥାନ।
  • କ୍ରିସ ଓ୍ଵକ୍ସଙ୍କୁ ୧.୫ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ।
  • ପ୍ରବିଣ ତାମ୍ଵେଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଲା କେକେଆର୍‌।
  • ଯଶଶ୍ଵି ଜୟସ୍ଵାଲଙ୍କୁ ୨.୪୦ କୋଟିରେ କିଣିଲା ରାଜସ୍ଥାନ।

Comment