ଓଡ଼ିଶାଲାଇଭ୍ ବ୍ୟୁରୋ

କେଉଁ ଚାରୋଟି ଦଳ ଆଇପିଏଲ୍ ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ? 

ଆଇପିଏଲ୍ ପ୍ଲେ ଅଫ୍ ପର୍ଯ୍ୟାୟ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ବାକି। ହେଲେ ଏହି ପର୍ଯ୍ୟାୟ ପାଇଁ କେଉଁ କେଉଁ ଦଳ ଯୋଗ୍ୟତା ଅର୍ଜନ କରିବେ ଏବେ ତାକୁ ନେଇ ଜୋରଦାର ଚର୍ଚ୍ଚା।

ପ୍ରଥମ ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫରେ ସ୍ଥାନ ପକ୍କା କରିସାରିଛି। ସେହିଭଳି ପଞ୍ଜାବ, ରାଜସ୍ଥାନ ଓ ଚେନ୍ନାଇ ଦଳ ଚଳିତ ଥର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇସାରିଛନ୍ତି। ତେଣୁ ଏଭଳି ସ୍ଥିତିରେ କେଉଁ ଚାରୋଟି ଦଳ ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ ତାହା ଭାବିବା ସମସ୍ତଙ୍କ ପାଇଁ ମୁସ୍କିଲ୍ ହୋଇଯାଇଛି।ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଳୁରୁ ପ୍ଲେ- ଅଫ୍ ସ୍ଥାନ ପକ୍କା

ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫରେ ସ୍ଥାନ ପକ୍କା କରିସାରିଛି। ହେଲେ ପଏଣ୍ଟ ଟେବୁଲକୁ ଦେଖିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଆରସିବି  ମଧ୍ୟ ପ୍ଲେ-ଅଫ୍ ଯିବା ପକ୍କା ହୋଇଯାଇଥିବା ଦେଖିବାକୁ ମିଳୁଛି। ଏବେ ଚତୁର୍ଥ ଦଳ କିଏ ଆଇପିଏଲ୍ ପ୍ଲେ-ଅଫକୁ ଯୋଗ୍ୟତା ଅର୍ଜନ କରିବ ତାହା ହିଁ ଦେଖିବାକୁ ବାକି ରହିଲା।

ଚତୁର୍ଥ ଦଳ ଭାବେ ପ୍ଲେ-ଅଫ୍ ଯିବାକୁ ରେସରେ ଅଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ। ହେଲେ ଦୁଇ ଦଳର ପଏଣ୍ଟ ବର୍ତ୍ତମାନ ସୁଦ୍ଧା ୧୪ ପଏଣ୍ଟ ଅଛି। ହେଲେ ହାଇଦ୍ରାବାଦ ହାତରେ କିନ୍ତୁ ଆହୁରି ଗୋଟିଏ ମ୍ୟାଚ୍ ଅଛି। ତେଣୁ ହାଇଦ୍ରାବାଦ, କେକେଆର୍ ଠାରୁ ପ୍ଲେ-ଅଫ୍ ରେସରେ ଆଗୁଆ ଅଛି।ହାଇଦ୍ରାବାଦ-ମୁମ୍ବାଇ ମ୍ୟାଚ ଉପରେ ନଜର

ସୋମବାର ଆଇପିଏଲରେ ଦିଲ୍ଲୀ ଓ ରାଜସ୍ଥାନ ମୁହାଁମୁହିଁ ହେବେ। ରାଜସ୍ଥାନ ପ୍ଲେ-ଅଫରୁ ବିଦାୟ ନେଇସାରିଛି। ଅନ୍ୟପଟେ ଦିଲ୍ଲୀ ମଧ୍ୟ ପଏଣ୍ଟ ଟେବୁଲର ସୁରକ୍ଷିତ ସ୍ଥାନରେ ରହିଛି। ତେଣୁ ପ୍ଲେ ଅଫରେ ସ୍ଥାନ ପାଇବା ଦୃଷ୍ଟିରୁ ଏହି ମ୍ୟାଚ୍ ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ।

ତେବେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ହାଇଦ୍ରାବାଦ ଓ ମୁମ୍ବାଇ ମ୍ୟାଚ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଯଦି ଏହି ମ୍ୟାଚରେ ହାଇଦ୍ରାବାଦ ବିଜୟୀ ହୁଏ ତେବେ ଦଳ ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବ। ଯଦି ଏହି ମ୍ୟାଚରେ ମୁମ୍ବାଇ ବିଜୟୀ ହୁଏ ତେବେ କେକେଆର୍ ଦଳ ପ୍ଲେ-ଅଫ୍ ପାଇଁ ଟିକେଟ୍ ପାଇବ।

ତେଣୁ ମୁମ୍ବାଇ,ଦିଲ୍ଲୀ, କୋଲାକାତା, ହାଇଦ୍ରାବାଦ ଓ ଆରସିବି ମଧ୍ୟରୁ ଚାରୋଟି ଦଳ ପ୍ଲେ-ଅଫକୁ ଯିବା ପକ୍କା ହୋଇଯାଇଛି।

Comment