ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳିରେ ଯଦି ଆପଣ କମ୍‌ ଦାମରେ ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ। କାହିଁକି ନା ଆପଣଙ୍କ ଦିଓ୍ଵାଲୀକୁ ଖାସ୍ ବନାଇବା ପାଇଁ ଫ୍ଲିପ୍‌କାର୍ଟ ପୁଣିଥରେ ଆଣିଛି ବିଗ୍ ଦିଓ୍ଵାଲୀ ସେଲ୍‌। ୮ ନଭେମ୍ଵରରୁ ଏହି ସେଲ୍‌ ଆରମ୍ଭ ହୋଇ ୧୩ ନଭେମ୍ଵରରେ ଶେଷ ହେବ।

ଏହି ସେଲ୍‌ରେ ଫ୍ଲିପ୍‌କାର୍ଟ ବିଭିନ୍ନ ବ୍ୟାଙ୍କର ଡେବିଟ ଏବଂ କ୍ରେଡିଟ କାର୍ଡ ଦ୍ଵାରା କ୍ରୟ କଲେ ରିହାତି ପ୍ରଦାନ କରିବାର ବ୍ୟବସ୍ଥା ରଖିଛି। ବିଶେଷକରି ସ୍ମାର୍ଟଫୋନ କ୍ରୟ ଉପରେ ଗ୍ରାହକମାନେ ଭଲ ରିହାତି ପାଇବେ। ତେବେ ଆସନ୍ତୁ ଜାଣିବା କେଉଁ ଫୋନ କ୍ରୟ ଉପରେ କଣ ରହିଛି ଅଫର।

ରିଅଲ୍‌ମି ନାର୍‌ଜୋ ୨୦ ପ୍ରୋ (Realme narzo 20 Pro)

ବହୁ ପ୍ରଚଳିତ ସ୍ମାର୍ଟଫୋନ କମ୍ପାନି ରିଅଲ୍‌ମିର Realme narzo 20 Pro ର ବଜାର ମୂଲ୍ୟ ୧୩,୯୯୯ ରହିଥିବା ବେଳେ ଫ୍ଲିପ୍‌କାର୍ଟରେ ଏହା ଆପଣ ୧୦୦୦ ଟଙ୍କା ରିହାତି ଅର୍ଥାତ୍ ୧୨,୯୯୯ ଟଙ୍କାରେ ପାଇପାରିବେ। ଏହି ଫୋନର ବିଭିନ୍ନ ଫିଚର୍‌କୁ ନେଇ ଦାମରେ ବୃଦ୍ଧି କରାଯାଇପାରେ ବୋଲି ଫ୍ଲିପ୍‌କାର୍ଟ ପକ୍ଷରୁ ସର୍ତ୍ତ ରଖାଯାଇଛି। ଏହି ଫୋନଟି ବ୍ଲାକ୍ ନିନ୍‌ଜା ଏବଂ ହ୍ଵାଇଟ୍ କଲର ଭଳି ଦୁଇଟି ରଙ୍ଗରେ ଉବଲବ୍ଧ ହେବ।

ପୋକୋ ଏମ୍‌ ୨ (Poco M2)

Poco M2 ର ବଜାର ମୂଲ୍ୟ ରହିଛି ୧୦,୪୯୯ ଟଙ୍କା। କିନ୍ତୁ ଫ୍ଲିପ୍‌କାର୍ଟର ବିଗ୍ ଦିଓ୍ଵାଲୀ ସେଲ୍‌ରେ ଏହି ଫୋନକୁ ଆପଣ ୧୦୦୦ ଟଙ୍କା ରିହାତି ମୂଲ୍ୟ ଅର୍ଥାତ୍ ୯,୪୯୯ ଟଙ୍କାରେ କିଣିପାରିବେ। ଏହା ବ୍ରିକ୍ ରେଡ, ପିଚ୍ ବ୍ଲାକ୍ ଏବଂ ସ୍ଲେଟ୍ ବ୍ଲୁ ପରି ତିନୋଟି ରଙ୍ଗରେ ଉବଲବ୍ଧ ହେବ।

ରିଅଲ୍‌ମି ସି୩ (Realme C3)

Realme C3 ର ବଜାର ମୂଲ୍ୟ ୮,୨୯୫ ରହିଥିବା ଫ୍ଲିପ୍‌କାର୍ଟରେ ଏହା ୭,୯୯୯ ଟଙ୍କାରେ ଉପଲବ୍ଧ ହେବ। ଏହିପରି ଆହୁରି ସ୍ମାର୍ଟଫୋନ ଉପରେ ମଧ୍ୟ ରିହାତି ଦେଉଛି ଫ୍ଲିପ୍‌କାର୍ଟ।

ଏହାବାଦ୍ ଏହି ବିଗ୍‌ ଦିଓ୍ଵାଲୀ ସେଲ୍‌ରେ ବିନା କୌଣସି ଇଏମ୍‌ଆଇ (EMI) ଦେୟ ସହିତ ଇଲେକ୍‌ଟ୍ରୋନିକ ସାମଗ୍ରୀ ଉପରେ ଗ୍ରାହକମାନେ ରିହାତି ମଧ୍ୟ ପାଇପାରିବେ।

Comment