ଓଡ଼ିଶାଲାଇଭ ବ୍ୟୁରୋ

ବାଲେଶ୍ୱର ବାଲିଆପାଳରେ ଢାବାରେ ନାବାଳକ ମୃତ୍ୟୁ ନେଇ ଉତ୍ତେଜନା ଥମୁନି। ଶବ ବ୍ୟବଚ୍ଛେଦ ପରେ ଶବ ଛାଡ଼ିବାକୁ ଆସିଥିବା ଆମ୍ବଲାନ୍ସ ଓ ଡ୍ରାଇଭରକୁ ଅଟକାଇଛନ୍ତି ଗାଁ ଲୋକ। ଏଥିସହିତ ଶବକୁ ରାସ୍ତାରେ ରଖି  କ୍ଷତିପୂରଣ ଦାବିରେ ଶନିବାର ପୁଣି ଧାରଣାରେ ବସିଛନ୍ତି ଉତ୍ୟକ୍ତ ଲୋକେ। ରାସ୍ତାରେ ଟାୟାର ଜାଳି ଲୋକେ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଶୁକ୍ରବାର ମଧ୍ୟ ଏହି ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଥିଲା। ଘଟଣାର ଖବର ପାଇ ପୋଲିସ ବିଳମ୍ବରେ ପହଞ୍ଚିବାରୁ ଉତ୍ୟକ୍ତ ଲୋକେ ଥାନା ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଯେଉଁ ଢାବାରେ ନାବାଳକର ମୃତଦେହ ଉଦ୍ଧାର ହୋଇଥିଲା ସେହି ଢାବାକୁ ଉତ୍ୟକ୍ତ ଲୋକ ପୋଡ଼ି ଦେଇଥିଲେ।

ପରିସ୍ଥିତି ଅସମ୍ଭାଳ ହେବାରୁ ସ୍ଥାନୀୟ ସୁରକ୍ଷା ପାଇଁ ୧୦ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି।

ମୃତ ନାବାଳକ ଜଣକ ବାଲିଆପାଳ ‘ରାଜଧାନୀ’ ଢାବାରେ କାମ କରୁଥିଲେ। ଗୁରୁବାର ବିଳମ୍ବିତ ରାତିରେ ଢାବାର ଅନ୍ୟ କର୍ମଚାରୀମାନେ ନାବାଳକର ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ। ପୋଲିସ ବିଳମ୍ବରେ ପହଞ୍ଚିଥିଲା। ଫଳରେ ପୋଲିସକୁ ଘେରି ଯାଇଥିଲେ ଲୋକେ। ସେପଟେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିନି।

LEAVE A REPLY

Please enter your comment!
Please enter your name here