ଓଡ଼ିଶାଲାଇଭ୍ ବ୍ୟୁରୋ

ଓଜନ କମାଇବା ପାଇଁ ସାଧାରଣତଃ ଲୋକମାନେ ସବୁବେଳେ ଡାଏଟକୁ ନେଇ ଚିନ୍ତିତ ରହିଥା’ନ୍ତିା କାହିଁକି ନା ଉଭୟ ବ୍ୟାୟାମ ଏବଂ ଡାଏଟ କରିବା ଫଳରେ ଓଜନ କମ ହୋଇଥାଏା ସେଥିପାଇଁ ଲୋକମାନେ ନିଜର ଓଜନକୁ ସନ୍ତୁଳିତ ରଖିବା ପାଇଁ କେତେ ପ୍ରକାରର ଡାଏଟକୁ ଅନୁସରଣ କରିଥାଆନ୍ତି। ଯଦି ଡାଏଟ୍‌ରେ ପାଳଙ୍ଗ ଶାଗକୁ ସାମିଲ କରିବେ ଏହା ବହୁତ ସହାୟକ ହୋଇଥାଏ।

ପାଳଙ୍ଗ ଶାଗ କିଛି ଦିନ ଖାଇବା ଦ୍ୱାରା ଆପଣଙ୍କ ଓଜନ କିଛି ମାତ୍ରାରେ ହ୍ରାସ ପାଇଥାଏା

ଓଜନ କମ୍ କରିବା ପାଇଁ ଆପଣଙ୍କ ଖାଦ୍ୟରେ କମ ପରିମାଣର କ୍ୟାଲୋରି ରହିବା ଜରୁରୀ। ଗୋଟେ କପ ପାଳଙ୍ଗରେ ୧୦୦ ଗ୍ରାମ କ୍ୟାଲୋରି ରହିଥାଏ।

ପାଳଙ୍ଗ ଶରୀରକୁ ଫାଇବର ପ୍ରଦାନ କରିବା ସହ କ୍ୟାଲୋରିକୁ ମଧ୍ୟ ନିୟନ୍ତ୍ରଣ କରିଥାଏା ଆପଣ ଯଦି ଦୈନିକ ନିଜ ଖାଦ୍ୟ ସହ ଗୋଟେ କପ ପାଳଙ୍ଗକୁ ମିଶାଇ ଖାଇବେ ତେବେ ଆପଣ ଶରୀରରେ ଫରକ୍ ଦେଖିପାରିବୋ

ଗୋଟେ କପ ପାଳଙ୍ଗ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ପ୍ରୋଟିନ୍, କ୍ୟାଲସିୟମ, ଆଇରନ୍, ମ୍ୟାଗ୍ନେସିୟମ, ଭିଟାମିନ ଆଦି ମିଳିଥାଏ।

ପାଳଙ୍ଗରେ ବହୁତ ମାତ୍ରାରେ ଫାଇବର ରହିଥାଏା ଏହି କାରଣରୁ ପାଳଙ୍ଗ ଆମ ଶରୀରକୁ ସୁସ୍ଥ ରଖିଥାଏା ଦିନକୁ ଗୋଟେ କପ୍ ପାଳଙ୍ଗ ଶରୀରର ପାଚନ କ୍ରିୟାକୁ ସକ୍ରିୟ କରିଥାଏ। ଏହା ଖାଦ୍ୟକୁ ସହଜରେ ହଜମ କରିବା ସହ କୋଲେଷ୍ଟ୍ରଲ କମ୍ କରିଥାଏ।

LEAVE A REPLY

Please enter your comment!
Please enter your name here