ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ରବିବାରଠୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ୮ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ବେନିନ୍, ଗୁଏନା, ଗାମ୍ବିଆ ଆଦି ଗସ୍ତରେ ଯିବେ। ଏଠାରେ ରାଷ୍ଟ୍ରପତି ପ୍ରତିନିଧି ସ୍ତରୀୟ ଆଲୋଚନା କରିବେ। ବାଣିଜ୍ୟ, ପୁଞ୍ଜି ନିବେଶ ଏବଂ ଶକ୍ତି କ୍ଷେତ୍ର କେମିତି ସମୃଦ୍ଧ ହେବ ସେ ସମ୍ପର୍କରେ ଏହି ଦେଶଗୁଡ଼ିକ ସହ ରାଷ୍ଟ୍ରପତି ଆଲୋଚନା କରିବେ।

ରାଷ୍ଟ୍ରପତିଙ୍କ ସହ ପ୍ରତାପ ଷଡ଼ଙ୍ଗୀ ଦକ୍ଷିଣ ଆଫ୍ରିକା ଯିବାର କାର୍ଯ୍ୟକ୍ରମ ରହିଛି। ଏକଥା ନିଜେ ଶ୍ରୀ ଷଡ଼ଙ୍ଗୀ ଟୁଇଟ୍ କରି ଜଣାଇଛନ୍ତି।

‘‘ରାଷ୍ଟ୍ରପତିଙ୍କ ସହ ମୁଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛି। ଏଣୁ ଓଡ଼ିଶା ଏବଂ ବାଲେଶ୍ୱର ଗସ୍ତର ବ୍ୟବଧାନ ବଢ଼ିଯିବ। ଏହି ସମୟ ଭିତରେ ଯାହାର ଯାହା ସମସ୍ୟା ଅଛି ସେମାନେ ମୋର ପ୍ରତିନିଧି ଉମାକାନ୍ତ ମହାପାତ୍ର କିମ୍ବା ସ୍ଥାନୀୟ ବିଧାୟକଙ୍କୁ ଲିଖିତ ଭାବେ ଜଣାଇ ପାରିବେ’’, ଟୁଇଟ୍ କରି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।

ପ୍ରତାପ ଷଡ଼ଙ୍ଗୀ ୨୦୧୯ରେ ପ୍ରଥମ ଥର ପାଇଁ ବାଲେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚନ ହୋଇଥିଲେ। ମୋଦି ସରକାରରେ ସେ ମନ୍ତ୍ରୀ ପଦ ପାଇଛନ୍ତି।

Comment