ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଜବରିୟା ଯୋଡି’ର ରିଲିଜ ଡେଟ ପୁଣିଥରେ ଘୁଞ୍ଚିଛି। ନୂଆ ଡେଟ୍‌ ଅନୁସାରେ ଏବେ ଏହି ଫିଲ୍ମ ଅଗଷ୍ଟ ୯ ତାରିଖରେ ପରଦାକୁ ଆସିବ।

ଫିଲ୍ମ କ୍ରିଟିକ୍ ତରଣ ଆଦର୍ଶ ଫିଲ୍ମର ନୂଆ ପୋଷ୍ଟର ରିଲିଜ କରିବା ସହିତ ଫିଲ୍ମର ନୂଆ ରିଲିଜ ଡେଟ ଘୋଷଣା କରିଥିଲେ। ତେବେ ଏଥରକୁ ନେଇ ୩ ଥର ଫିଲ୍ମ ରିଲିଜ ଡେଟ୍‌ରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଫିଲ୍ମଟି ମେ ୧୭ରେ ରିଲିଜ ହେବାର ଥିଲା।

ସେହି ଡେଟରେ ଅଜୟ ଦେବଗନଙ୍କ ‘ଦେ ଦେ ପ୍ୟାର ଦେ’ ରିଲିଜ ହେବାରୁ ଜବରିୟା ଯୋଡି ରିଲିଜ ହୋଇନଥିଲା। ତା’ପରେ ଜୁଲାଇ ୧୨କୁ ରିଲିଜ ପାଇଁ ନିର୍ଦ୍ଧାରିତ ହୋଇଥିଲା। ସେଦିନ ବି ହ୍ରିତିକଙ୍କ ‘ସୁପର ୩୦’ ରିଲିଜ ହୋଇଥିଲା। ଫଳରେ ପୁଣିଥରେ ରିଲିଜକୁ ବଦଳା ଯାଇଥିଲା। ଏବେ ତୃତୀୟ ଥର ପାଇଁ ରିଲିଜ ଡେଟ ବଦଳିବା ପରେ ଫିଲ୍ମଟି ଅଗଷ୍ଟ ୯ରେ ରିଲିଜ ହେବ ବୋଲି ଆଶା କରାଯାଉଛି।

Comment