ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆକ୍ସନ ମୁଡ୍ରେ କର୍ଣ୍ଣାଟକ ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା। ଏଣିକି କର୍ଣ୍ଣାଟକରେ ଟିପୁ ସୁଲତାନ ଜୟନ୍ତୀ ପାଳନ ହେବ ନାହିଁ। ଶାସନ ଗାଦିକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଏନେଇ ଆଜି ବଡ଼ ଘୋଷଣା କରିଛନ୍ତି।

କର୍ଣ୍ଣାଟକରେ କଂଗ୍ରେସ ଶାସନକାଳ ସମୟରେ ୨୦୧୫ ମସିହା ନଭେମ୍ବରରୁ ଟିପୁ ସୁଲତାନଙ୍କ ଜୟନ୍ତି ପାଳନ ହୋଇ ଆସୁଥିଲା। ହେଲେ ବିଜେପି ଏହାକୁ ବିରୋଧ କରୁଥିଲା। କାହିଁକି ନାଁ, ଅଧିକାଂଶ ଲୋକ ବିଶେଷ କରି ମହୀଶୂରରେ ଟିପୁ ସୁଲତାନ୍ଙ୍କୁ ହିନ୍ଦୁ ହତ୍ୟାକାରୀ ବୋଲି ଦାବି କରନ୍ତି।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ପ୍ରଥମ କ୍ୟାବିନେଟ୍ ବୈଠକରେ ସୋମବାର ଟିପୁ ଜୟନ୍ତ୍ରୀ ପାଳନ ନକରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କନ୍ନଡ ଓ ସଂସ୍କୃତି ବିଭାଗକୁ ଆଦେଶ ଜାରି କରାଯାଇଛି।











