ଓଡ଼ିଶାଲାଇଭ୍ ବ୍ୟୁରୋ
ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ୭ ଦିନରେ ମାମଲାର ସତ୍ୟାସତ୍ୟ ଯାଞ୍ଚ ଏବଂ ୪୫ ଦିନରେ ରାୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସବୁଠୁ ବଡ଼ କଥା ହେଉଛି ଗୁରୁବାର ସୁପ୍ରିମକୋର୍ଟରେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ୩ ଥର ହୋଇଥିଲା।
ଉନ୍ନାଓ ମାମଲାରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି
- ଉନ୍ନାଓ ଗଣଦୁଷ୍କର୍ମ ସହ ଜଡ଼ିତ ୫ଟି ମାମଲା ଲକ୍ଷ୍ନୌରୁ କୋର୍ଟରୁ ସୁପ୍ରିମକୋର୍ଟଙ୍କୁ ସ୍ଥାନାନ୍ତର ହେଲା।
- ୭ ଦିନ ଭିତରେ ଦୁର୍ଘଟଣା ମାମଲାର ତଦନ୍ତ ଶେଷ କରିବାକୁ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।
- ପୀଡ଼ିତାଙ୍କ ପରିବାର ଏବଂ ଓକିଲଙ୍କୁ ସିଆର୍ପିଏଫ୍ ଯବାନମାନେ ସୁରକ୍ଷା ଦେବାକୁ ନିର୍ଦ୍ଦେଶ।
- ଶୁକ୍ରବାର ସୁଦ୍ଧା ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ।
- ପୀଡ଼ିତାଙ୍କୁ ଯଦି ଲକ୍ଷ୍ନୌରେ ଭଲ ଚିକିତ୍ସା ସେବା ମିଳିପାରୁ ନାହିଁ ତାହାଲେ ପରିବାର ଲୋକଙ୍କ ସହ କଥା ହୋଇ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
- ୪୫ ଦିନରେ ମାମଲାର ଶୁଣାଣି ହେବ।
ନିଜ ଜୀବନ ଏବଂ ପରିବାର ପ୍ରତି ବିପଦ ଥିବା ଆଶଙ୍କା କରି ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ଗତ ଜୁଲାଇ ୧୨ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଚିଠି ଲେଖିଥିଲେ। ଏହି ଚିଠିକୁ ସୁପ୍ରିମକୋର୍ଟ ନିଜ ଆଡୁ ବିଚାରକୁ ନେଇଥିଲେ। ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଅଗଷ୍ଟ ୧କୁ ଦିନ ଧାର୍ଯ୍ୟ କରିଥିଲେ।
















