ଓଡ଼ିଶାଲାଇଭ୍ ବ୍ୟୁରୋ
ତମ୍ବା ପାତ୍ରରେ ରଖାଯାଉଥିବା ପାଣି ସଂମ୍ପୂର୍ଣ୍ଣ ଭାବେ ଶୁଦ୍ଧ ହୋଇଥାଏ। ଏହା ଡାଇରିଆ ଓ ଅନ୍ୟ ରୋଗ ସୃଷ୍ଟି କରୁଥିବା ଜୀବାଣୁକୁ ନଷ୍ଟ କରି ଦେଇଥାଏ।
ଯଦି ଆପଣ ରାତି ସାରା କିମ୍ବା ୪-୫ ଘଣ୍ଟା ଧରି ପାଣିକୁ ତମ୍ବା ପାତ୍ରରେ ରଖନ୍ତି ତା’ ହେଲେ ସେଥିରେ ତମ୍ବାର ଗୁଣ କିଛି ପରିମାଣରେ ଆସିଯାଇଥାଏ।
ତମ୍ବା ପାତ୍ରରେ ପାଣି ରଖି ପିଇଲେ ଆର୍ଥରାଇଟିସ୍ ସମସ୍ୟା ଭୋଗୁଥିବା ଲୋକେ ଉପକାର ପାଇଥାନ୍ତି। ସେହିପରି ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କର୍କଟ ସହ ଲଢିବାର କ୍ଷମତା ବୃଦ୍ଧି କରିଥାଏ। ଆମେରିକାନ୍ କ୍ୟାନସର ସୋସାଇଟି ଅନୁସାରେ, ତମ୍ବା ପାତ୍ରରୁ ପାଣି ପିଇଲେ କର୍କଟ ରୋଗ ବିସ୍ତାର ହେବାର ଆଶଙ୍କା କମେ।
ତମ୍ବା ପାତ୍ରରୁ ପାଣି ପିଇଲେ ପେଟ ସମ୍ବନ୍ଧୀୟ ସବୁ ପ୍ରକାର ସମସ୍ୟ ଦୂର ହୋଇଥାଏ। ପେଟ ଦରଜ, ଗ୍ୟାସ୍, କୋଷ୍ଠକାଠିନ୍ୟ, ଏସିଡିଟିରୁ ଉପଶମ ମିଳିଥାଏ।
ଏହାଛଡ଼ା ତମ୍ବା ପାତ୍ରର ପାଣି ଯକୃତ ଓ ବୃକକ୍କୁ ସୁରକ୍ଷିତ ରଖିଥାଏ। ସଂକ୍ରମଣରୁ ଏହା ରକ୍ଷା କରେ। ଏଥିରେ ଥିବା ମିନେରାଲ୍ସ ଥାଇରଏଡ୍ ରୋଗ ଦୂର ପାଇଁ ଉପଯୋଗୀ ହୋଇଥାଏ। ତମ୍ବାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଅକାଳ ବାର୍ଦ୍ଧକ୍ୟକୁ ରୋକିବାରେ ସହାୟକ ହୁଏ।