ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀ ଫୁଲୁଛି। ମାଲକାନଗିରି, ରାୟଗଡ଼ା, ବିଷମକଟକ ଓ କନ୍ଧମାଳର କେତେକ ସ୍ଥାନରେ ବନ୍ୟା ଜଳର ବ୍ରିଜ୍ ବୁଡ଼ି ଯାଇଛି। ବ୍ରିଜ୍ ଉପରେ ପାଣି ପ୍ରବାହିତ ହେଉଛି।
ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ‘‘ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇଛି। କାଶୀପୁର ଓ ଗୁଣୁପୁରରେ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହୋଇଛି। କାଶୀପୁରରେ ୨୦୦ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ନିକଟସ୍ଥ ସ୍କୁଲ ଘରକୁ ସ୍ଥାନାନ୍ତର କରାଯାଇଛି।’’
ବିଷମ କଟକର ୭୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବିଷମକଟକରୁ ୭୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।