ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ୭୩ତମ ସ୍ଵାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ନିଜ ଅବିଭାଷଣରେ ମୋଦି ପିଇବା ପାଣିର ସୁରକ୍ଷା ପାଇଁ ଏକ ଘୋଷଣା କରିଛନ୍ତି। ଖୁବ୍‌ଶୀଘ୍ର ପାନୀୟ ଜଳର ସୁରକ୍ଷା ପାଇଁ ଆମ ଦେଶରେ ‘ଜଳ ଜୀବନ ମିଶନ’ ନାମରେ ଏକ ଯୋଜନା ପ୍ରସ୍ତୁତ କରାଯିବ ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଆଗାମୀ ଦିନରେ ‘ଜଳ ଜୀବନ ମିଶନ’ ଜରିଆରେ ପାନୀୟ ଜଳ ସୁରକ୍ଷା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାକୁ ଆଗକୁ ନେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଭାବେ କାମ କରିବେ। ଆଗାମୀ ଦିନରେ ‘ଜଳ ଜୀବନ ମିଶନ’ରେ ସାଢ଼େ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବା।”

ଆଗାମୀ ଦିନରେ ବର୍ଷା ଜଳର ସଞ୍ଚୟ, ମାଇକ୍ରୋ ଇରିଗେସନ, ଜଳ ସଞ୍ଚୟ ଅଭିଯାନ, ଛୋଟ ପିଲାଙ୍କୁ ପାଣିର ମହତ୍ୱ ବୁଝାଇବା ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ସେହିପରି ଗତ ୭୦ ବର୍ଷରେ ଯାହା ହୋଇପାରିନାହିଁ, ଆଗାମୀ ୫ ବର୍ଷରେ ତାହା କରିକି ଦେଖାଇବା ପାଇଁ କାମ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି।

LEAVE A REPLY

Please enter your comment!
Please enter your name here