ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ରାଜ୍ୟରେ ନାବାଳିକାଙ୍କ ପ୍ରତି ବୃଦ୍ଧି ପାଉଛି ଯୌନ ଉତ୍ପୀଡ଼ନ। ଯୌନ ପିପାସୁମାନଙ୍କର ନିର୍ଯାତନାର ଶିକାର ହେଉଛନ୍ତି କୁନି କୁନି ଝିଅ। ଏନେଇ ସମାଜକୁ ସଚେତନ କରାଇବାପାଇଁ ତରଙ୍ଗ ସିନେ ପ୍ରଡକସନରେ ନିର୍ମାଣ ହୋଇଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଖୁସି’।

ଆଠବର୍ଷର କୁନି ଝିଅ ଖୁସି। ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ଖୁସି ବେଶ୍ ଆନନ୍ଦର ସହ ନିଜ ପରିବାରରେ ହସି ଖେଳି ନିଜ ସମୟ କାଟୁଥିଲା। ଦିନେ ସ୍କୁଲକୁ ଯିବାପରେ ଦ୍ୱିପହରରେ ଖୁସିର ବାପାଙ୍କ ପାଖକୁ ଆସିଛି ଛାତି ଥରେଇଦେବା ଭଳି ଫୋନ୍ କଲ୍। ପାଶବିକତାର ଶିକାର ହୋଇ ହସପିଟାଲରେ ପଡିଛି ଖୁସି।

ଏହାପରେ କିଭଳି ଭାବରେ ତାର ପରିବାର ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ତାପରେ କୁନି ଝିଅଟି କିଭଳି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ଚେଷ୍ଟା କରୁଛି ତାହା ଏହି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ।

ଫିଲ୍ମରେ ଦର୍ଶକ ଅଭିନେତା ମିହିର ଦାସ, ମଧୁମିତା, ସୌମ୍ୟାଙ୍କ ସହ ଭୌମିକଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ। ନିର୍ଦ୍ଦେଶକ ତାପସ ସରଘରିଆଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ଅଗଷ୍ଟ ୨୩ରେ ବଡ଼ପରଦାକୁ ଆସିବ।

LEAVE A REPLY

Please enter your comment!
Please enter your name here