ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ଲୋକ ଦିନକୁ ପ୍ରାୟ ୮ରୁ ୯ ଘଣ୍ଟା ଏୟାର କଣ୍ତିସନ୍‌ରରେ ବିତାଇଥା’ନ୍ତି। ଏୟାର କଣ୍ଡିସନ୍‌ ବା ଏସି ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ, ଯାହା ଶରୀର ଉପରେ କୁପ୍ରଭାବ ପକାଇଥାଏ।

ଥକ୍କା ଲାଗିବା

ଏସିରେ ତାପମାତ୍ରା କମ୍ ରହେ। ଏପରିସ୍ଥଳେ ଶରୀରର ନିଜର ତାପମାତ୍ରା ଠିକ୍ ରଖିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ଯଦ୍ଵାରା ଶରୀରରେ ଥକ୍କାପଣ ଆସିଥାଏ।

ମୁଣ୍ଡବିନ୍ଧା

ଲଗାତାର୍ ଏସିରେ ବସିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହା ମାଂସପେଶୀକୁ ଟାଣିଥାଏ ଏବଂ ମୁଣ୍ଡବିନ୍ଧା ପରି ସମସ୍ୟା ହୋଇଥାଏ।

ଷ୍ଟ୍ରେସ୍

ଅଧିକ ସମୟ ଏସିରେ ରହିଲେ ଶରୀରକୁ ଗୋଟିଏ ତାପମାତ୍ରାର ଅଭ୍ୟାସ ହୋଇଯାଏ। ଏପରି ସ୍ଥଳେ ଟିକେ ଥଣ୍ଡା କିମ୍ବା ଟିକେ ଗରମରେ ରହିବାକୁ ହେଲେ ଆମେ ସହିପାରିନଥାଉ। ଏପରିସ୍ଥଳେ ଷ୍ଟ୍ରେସ୍ ଅଧିକ ହୋଇଥାଏ।

ସାଇନସ୍ ସମସ୍ୟା

ଏସିର ଥଣ୍ଡା ଦ୍ୱାରା ମ୍ୟୁକସ ଗ୍ଲାଣ୍ଡ୍ କଠିନ ହୋଇଯାଏ। ଯେଉଁ ବ୍ୟକ୍ତି ୪ ଘଣ୍ଟାରୁ ଅଧିକ ଏସିରେ ବସନ୍ତି, ତାଙ୍କୁ ସାଇନସ୍ ହେବାର ଆଶଙ୍କା ଥାଏ।

ଆସ୍ଥମା

ଦୀର୍ଘ ସମୟ ପର୍ଯ୍ୟନ୍ତ ଏସିରେ ରହିଲେ ଆସ୍ଥମା ବା ଶ୍ୱାସରୋଗ ହେବାର ଆଶଙ୍କା ବଢ଼ିଥାଏ। ଯଦି ଆପଣଙ୍କୁ ଥଣ୍ଡା, ଶର୍ଦ୍ଧି ଏବଂ ଧୂଳିର ଆଲର୍ଜି ଥାଏ, ତେବେ ଏସିରେ ଅଧିକ ସମୟ ରହିଲେ ଏହି ସମସ୍ୟା ବଢ଼ିଥାଏ।

ଡ୍ରାଏ ସ୍କିନ୍

ଏସିର ଥଣ୍ଡା ପବନ ତ୍ୱଚାକୁ ଶୁଖିଲା କରିଦେଇଥାଏ । ଯଦ୍ଵାରା ତ୍ୱଚା କୁଣ୍ଡାଇ ହୋଇଥାଏ।

ଆଲର୍ଜି

ଏସିର ଫିଲ୍ଟର ଦୀର୍ଘ ଦିନ ଧରି ସଫା ହୋଇ ନ ଥିଲେ ସେଥିରୁ ବାହାରୁଥିବା ସରୁ ଧୂଳି, ବ୍ୟାକ୍ଟେରିଆ କାରଣରୁ ଥଣ୍ଡା, ଭାଇରାଲ୍ ଇନ୍ଫେକ୍ସନ୍ ଏବଂ ଆଲର୍ଜି ହୋଇଥାଏ।

ଆଖି ସମସ୍ୟା

ଏସିର ଥଣ୍ଡା ପବନ ଆଖିକୁ ଅଧିକ ଶୁଖିଲା କରିଦିଏ। ଫଳରେ ଆଖି କୁଣ୍ଡାଇ ହେବା, ପାଣି ବାହାରିବା ଏବଂ ଲାଲ୍ ପଡ଼ିବା ପରି ସମସ୍ୟା ଦେଖାଯାଇଥାଏ।

ଗଣ୍ଠିଗତ ସମସ୍ୟା

ଏସିରୁ ବାହାରୁଥିବା ପବନ ଆଣ୍ଠୁଗଣ୍ଠି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ବେକ, ହାତ ଓ ଆଣ୍ଠୁରେ କଷ୍ଟ ଅନୁଭୂତ ହୋଇଥାଏ । ଏହା ଆଣ୍ଠୁଗଣ୍ଠି ସମସ୍ୟାର କାରଣ ମଧ୍ୟ ହୋଇଥାଏ।

ରକ୍ତ ସଞ୍ଚାଳନ

ଏସିର ଥଣ୍ଡା ହାୱା କାରଣରୁ ରକ୍ତସଞ୍ଚାଳନରେ ଅଧିକ ଅସୁବିଧା ହୋଇଥାଏ।

LEAVE A REPLY

Please enter your comment!
Please enter your name here