ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିନି ପାଟିକୁ ଯେତିକି ମିଠା ଶରୀର ପାଇଁ ସେତିକି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଚିନି ଖାଇବା ଦ୍ଵାରା ଶରୀରରେ ଅନେକ ରୋଗର ଶିକାର ହେବାକୁ ପଡ଼ିଥାଏ।

ଚିନି ଖାଇଲେ କେଉଁ ସବୁ ରୋଗ ହେବାର ସମ୍ଭାବନା ଥାଏ ଆସନ୍ତୁ ଜାଣିବା

ମଧୁମେହ

ଚିନି ସହ ମଧୁମେହର କୌଣସି ସିଧା ପ୍ରଭାବ ଯଦିଓ ରହିନଥାଏ କିନ୍ତୁ ଭୂମିକା ରହିଥାଏ। ଚିନି ଖାଇଲେ ମେଦବହୁଳତା ବଢ଼ିଥାଏ। ଏହା ଶରୀରରେ ମଧୁମେହ ଆଶଙ୍କା ବୃଦ୍ଧି କରେ। ମେଦବୃଦ୍ଧି ଯୋଗୁଁ ଶରୀରର ହରମୋନରେ ପରିବର୍ତ୍ତନ ଆସିବା ସହ ବିଭିନ୍ନ ପ୍ରକାର ରୋଗ ଗ୍ରାସ କରିଥାଏ। ଏହାଦ୍ଵାରା ରକ୍ତ ଶର୍କରାରେ ସନ୍ତୁଳନ ରକ୍ଷା ହୋଇପାରି ନଥାଏ।

ଦୃଦ୍‌ ରୋଗ

ଅଧିକ ଚିନି ଖାଉଥିବା ବ୍ୟକ୍ତିଙ୍କୁ ଉଚ୍ଚ ଟ୍ରାଏଙ୍ଗ୍ଲିସରଏଡ୍ ଓ କମ୍ ଏଚଡିଏଲ୍ କୋଲେଷ୍ଟ୍ରଲର ଶିକାର ହେବାର ସମ୍ଭାବନା ରହିଥାଏ। ଏଚଡିଏଲ୍ ଏକ ଜରୁରୀ କୋଲେଷ୍ଟ୍ରଲ ଯାହା ଶରୀରକୁ ହୃଦ୍‌ଘାତରୁ ରକ୍ଷା କରିଥାଏ। ତେଣୁ ଶରୀରରେ ଏଚଡିଏଲ୍ କୋଲେଷ୍ଟ୍ରଲର ମାତ୍ରା କମିଗଲେ ହୃଦ୍ ରୋଗ ହେବାର ଆଶଙ୍କା ବଢ଼ିଥାଏ।

ଲିଭର୍ ସମସ୍ୟା

ଚିନିରେ ଫକ୍ଟୋସ ଭରି ରହିଥାଏ। ଏହା ଖାଇଲେ ଫକ୍ଟୋସ ସିଧା  ଲିଭରକୁ ଯାଏ। ଏହା ଶରୀର ପାଇଁ ଜରୁରୀ। ଶାରୀରିକ ପରିଶ୍ରମ ନକଲେ ଲିଭରରେ ଫକ୍ଟୋସ ଚର୍ବିରେ ପରିଣତ ହୋଇଯାଏ। ଏହାଦ୍ଵାରା ଲିଭରରେ ନନ୍-ଅକ୍ଲୋହଲିକ୍ ଚର୍ବି ରୋଗ ହେବାର ସମ୍ଭାବନା ଥାଏ। ଆଗକୁ ଯକୃତ ସିରୋସିସ୍ ବା କ୍ୟାନସର୍ ହେବା ବହୁତ ସମ୍ଭାବନା ରହିଥାଏ।

ଦାନ୍ତ ସମସ୍ୟା

ଚିନିରେ ‘ରିକ୍ତ’ ନାମକ ଏକ କ୍ୟାଲୋରୀରେ ରହିଥାଏ। ଯାହା ଖାଇବାବେଳେ ପାଟି ଭିତରକୁ ଯାଇ ଦାନ୍ତ ସମସ୍ୟା ସୃଷ୍ଟି କରେ। ତେଣୁ ମିଠାଜାତୀୟ ଖାଦ୍ୟ ଖାଇବା ପରେ ମୁହଁ ଭଲ ଭାବେ ଧୋଇନିଅନ୍ତୁ।

ଆଳସ୍ୟ

ଚିନି ଖାଇବା କାରଣରୁ ମସ୍ତିଷ୍କରୁ ଡୋପାମାଇନ୍ ରିଲିଜ୍ ହୋଇଥାଏ। ଫଳରେ କିଛିଟା ଆଳସ୍ୟ ଅନୁଭବ ହୁଏ।

LEAVE A REPLY

Please enter your comment!
Please enter your name here