ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବିରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି। ବିଶ୍ୱବିଦ୍ୟାଳୟର ସଂସ୍କୃତ ଏବଂ ମ୍ୟାନେଜମେଣ୍ଟ ବିଭାଗର ଛାତ୍ରଛାତୀମାନେ ଶ୍ରେଣୀ ଗୃହ ତାଲା ପକାଇଛନ୍ତି। ସ୍ଥାୟୀ ଅଧ୍ୟାପକ ନିଯୁକ୍ତିକୁ ନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହା ପ୍ରତି ଦୃଷ୍ଟି ଦେଉନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ଏନେଇ କୋରାପୁଟ ସାଂସଦ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଦାବି ଜଣେଇବା ପରେ ୮୨ଟି ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ଅଧ୍ୟାପକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ସେହିପରି ଅସ୍ଥାୟୀ ଅଧ୍ୟାପକଙ୍କୁ ବିଶ୍ୱବିଦ୍ୟାଳୟ ଛଟେଇ କରାଯାଉଛି।

ତେବେ ସଂସ୍କୃତ ଏବଂ ମ୍ୟାନେଜମେଣ୍ଟ ବିଭାଗରେ ପୂର୍ବରୁ କେବଳ ଅସ୍ଥାୟୀ ଅଧ୍ୟାପକ ରହିଆସୁଥିଲେ। ତେବେ କୌଣସି ସ୍ଥାୟୀ ଅଧ୍ୟାପକଙ୍କ ନିଯୁକ୍ତି ନଦେଇ ଦୁଇଟି ବିଭାଗରେ ସମସ୍ତ ଅସ୍ଥାୟୀ ଅଧ୍ୟାପକଙ୍କୁ ଛୋଟେଇ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି।
ଚଳିତ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ବିଶ୍ୱବିଦ୍ୟାଳୟରେ ପାଠପଢା ଆରମ୍ଭ ହୋଇଯାଇଛି। କିନ୍ତୁ ସଂସ୍କୃତ ଏବଂ ମ୍ୟାନେଜମେଣ୍ଟ ବିଭାଗର ଛାତ୍ରାଛାତ୍ରୀଙ୍କର ଭବିଷ୍ୟତ ଏବେ ଅନ୍ଧାରରେ ଥିବା ସାଧାରଣରେ କୁହାଯାଉଛି।

















