ଓଡ଼ିଶାଲାଇଭ୍ ବ୍ୟୁରୋ
ଫିଲ୍ମ ପୋଷ୍ଟର ପରେ ଏବେ ରାନୁ ମଣ୍ଡଳଙ୍କ ନକଲ କରି ଚର୍ଚ୍ଚାରେ ଅଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍।
ନିକଟରେ ଫିଲ୍ମର ‘ମିଷ୍ଟର କହ୍ନୈୟା’ର ପୋଷ୍ଟରକୁ ନେଇ ବିବାଦରେ ପଡ଼ିଥିବା ପପୁ ପମ୍ ପମ୍ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ମାତ୍ର ଏଥର କୌଣସି ବିବାଦୀୟ ବୟାନ ପାଇଁ ନୁହେଁ, ରାତାରାତି ସୋସିଆଲ ମିଡିଆ ସେନ୍ସେସନ୍ ପାଲିଟିଥିବା ରାନୁ ମଣ୍ଡଳଙ୍କ ନକଲ କରି ସେ ଚର୍ଚ୍ଚାକୁ ଆସିଛନ୍ତି।
ରାନୁଙ୍କ ଅବିକଳ ନକଲ କରି ପପୁ ଯେଉଁ ଭିଡିଓ କରିଛନ୍ତି ତାହା ଏବେ ସୋସିଆଲ ମିଡିଆରେ ଘୂରି ବଲୁଛି। ଏହି ଭିଡିଓରେ ପପୁ ରାନୁଙ୍କ ଭଳି ଶାଢ଼ି ପିନ୍ଧି, ମୁଣ୍ଡରେ କେଶ ଲଗାଇ, ରାନୁ ଗାଇଥିବା ତେରୀ ମେରୀ କାହାନୀ ଗୀତ ଗାଉଥିବା ଦେଖାଯାଇଛି। କେବଳ ସେିତିକି ନୁହେଁ ତାଙ୍କ ସହିତ ଆଉ ଜଣେ ଯୁବକଙ୍କୁ ଦେଖିବାକୁ ମିଳିଛି। ଯିଏକି ବଲିଉଡ ପ୍ଲେ ବ୍ୟାକ ସିଙ୍ଗର ହିମେଶ ରେଶମିଆଁଙ୍କ ନକଲ କରିଛନ୍ତି। ମିଳିଛି। ଏବେ ପପୁଙ୍କର ଏହି ଭିଡିଓକୁ ନେଇ ସବୁଠି ଚର୍ଚ୍ଚା ହେଉଛି।
ପପୁ ଏଭଳି ରାନୁଙ୍କ ଭିଡିଓ ନକଲ କରି ପବ୍ଲିସିଟି ପାଇବାକୁ ଚେଷ୍ଟା କରୁଥିବା କୁହାଯାଉଛି। ଯେହେତୁ ଆଗାମୀ ଦିନରେ ତାଙ୍କ ଫିଲ୍ମ ମିଷ୍ଟର କହ୍ନୈୟା ରିଲିଜ ହେବାକୁ ଯାଉଛି ସେଥିପାଇଁ ସେ ଏମିତି ଚର୍ଚ୍ଚା ସାଉଣ୍ଟୁଥିବା କୁହାଯାଉଛି।
ପଶ୍ଚିମବଙ୍ଗର ରାନାଘାଟ୍ ରେଳ ଷ୍ଟେସନ୍ରେ ଲତା ମଙ୍ଗେଶକରଙ୍କର ଏକ ଗୀତ ଗାଇ ରାତାରାତି ଷ୍ଟାର୍ ପାଲଟିଥିବା ରାନୁ ମଣ୍ଡଳ ବଲିଉଡ୍ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିଆଁଙ୍କ ଆଗାମୀ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହୀର୍’ରେ ଗୀତ ଗାଇବାକୁ ସୁଯୋଗ ପାଇଛନ୍ତି। ଗୀତ ରେକର୍ଡିଂ ବେଳର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଆଉ ସେହି ଭିଡିଓକୁ ନକଲ କରିଛନ୍ତି ପପୁ।
କିଛି ଦିନ ପୂର୍ବରୁ ପପୁଙ୍କ ଫିଲ୍ମ ‘ମିଷ୍ଟର କହ୍ନୈୟା’କୁ ନେଇ ସେ ବିବାଦରେ ପଡ଼ିଥିଲେ। ଆଥଲେଟ୍ ଦୂତୀ ଚାନ୍ଦ ଏନେଇ ତାଙ୍କ ବିରୋଧରେ ସ୍ୱର ଉଠାଇଥିଲେ। ପପୁ ନାରମାନଙ୍କୁ ଅସମ୍ମାନ କରୁଥିବା ଦୂତୀ ଅଭିଯୋଗ କରିଥିଲେ।