ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା କ୍ରିଷ୍ଣା କର। ‘କେକେ’ ନାଁରେ ସେ ଘରେ ଘରେ ପରିଚିତ। ଟେଲିଭିଜନ ହେଉ କି ସିନେ ପରଦା ତାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ବେଶ୍ ଛୁଇଁ ପାରିଛି। ଖାସ୍ କରି କ୍ରିଷ୍ଣାଙ୍କ ଖଳନାୟକ ଚରିତ୍ର।

କେବଳ ସିନେମା ନୁହେଁ, ଓଡ଼ିଆ ଧାରାବାହିକ, ନାଟକ, ଓ୍ଵେବ୍ ସିରିଜରେ ଅଭିନୟ କରିଛନ୍ତି କେକେ। ଓଡ଼ିଆ ଓ୍ଵେବ୍ ସିରିଜ ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ରେ ବାବୁ ଜେନା ଚରିତ୍ରରେ ଅଭିନୟ କରି ବେଶ ପ୍ରଶଂସା ସାଉଣ୍ଟିଛନ୍ତି କ୍ରିଷ୍ଣା।

ଓଡ଼ିଆ ମେଗା ଧାରାବାହିକ ‘ଗାୟତ୍ରୀ, ‘ଅପରାଜିତା’, ‘ସନ୍ଧ୍ୟା ରାଗିଣୀ’ ଆଦିରେ ତାଙ୍କ ଦମଦାର ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ହିରୋ ହେବାକୁ ଆସିଥିଲେ କିନ୍ତୁ ଭିଲେନ ଚରିତ୍ରରେ ଫେମସ ହୋଇଗଲେ କେକେ।

ଅନେକ ମେଗା ଧାରାବାହିକ ଏବଂ ଓଡିଆ ସିନେମାରେ ଖଳ ଚରିତ୍ରରେ ଅଭିନୟ କରିଛନ୍ତି କ୍ରିଷ୍ଣା କର। ଖଳ ଚଳିତ୍ରରେ ଅଭିନୟ କରିବା ପରଠାରୁ ଅଧିକ ଲୋକପ୍ରିୟତା ମିଳିଥିବା ଓଡ଼ିଶାଲାଇଭ୍ ସାକ୍ଷାତକାରରେ କହିଛନ୍ତି ଅଭିନେତା କ୍ରିଷ୍ଣା କର। ଦେଖନ୍ତୁ ଭିଡିଓ।

Tags: #BabuJena #KrishnaKar #KK #GangsOfPuri #OllywoodActor #OdiaOTT

Comment