ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଲା। ପରଦାକୁ ଆସିଲା ବାହୁବଳୀ ଫେମ୍ ପ୍ରଭାସ ଓ ଚୁଲବୁଲି ନାୟିକା ଶ୍ରଦ୍ଧାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାହୋ’। ସୁପରହିଟ ଫିଲ୍ମ ‘ବାହୁବଳୀ’ ପରେ ପ୍ରଥମ ଥର ଏହି ଫିଲ୍ମ ଜରିଆରେ ପ୍ରଭାସ ବଡ଼ ପରଦାକୁ ଫେରୁଛନ୍ତି। ଏହି ଫିଲ୍ମ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଫିଲ୍ମଟି ପ୍ରଥମ ଦିନରେ ୬୫ରୁ ୭୦ କୋଟି ଆୟ କରିବ ବୋଲି ଆକଳନ କରାଯାଇଛି।
ପୂର୍ବରୁ ଫିଲ୍ମର ଟ୍ରେଲର ଧମାଲ ମଚାଇ ସାରିଛି। ସୋସିଆଲ ମିଡିଆରେ ଏହାକୁ ଭଲି ରେସପନ୍ସ ମିଳିଛି।
ଫିଲ୍ମଟି ହୀନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ ଭାଷରେ ରିଲିଜ ହୋଇଛି। ୪ ଟି ଯାକ ଭାଷାଭାଷୀ ଲୋକଙ୍କ ନିକଟରେ ପ୍ରଭାସ ବେଶ୍ ପରିଚିତ। ବାହୁବଳୀ ପରେ ଦର୍ଶକ ପ୍ରଭାସଙ୍କ ଦ୍ୱିଓ୍ୱାନା ପାଲଟିଛନ୍ତି। ସେଥିପାଇଁ ଫିଲ୍ମର ରିଲିଜର ପ୍ରଥମ ଦିନରେ ଭଲ ଆୟ କରିବ ବୋଲି ଅନୁମାନ କରାଯାଉଛି।
ଫିଲ୍ମଟି ନିର୍ମାଣରେ ୩୫୦ କୋଟି ଖର୍ଚ୍ଚ ହୋଇଛି। ଏଥିରେ ପ୍ରଭାସ, ଶ୍ରଦ୍ଧାଙ୍କ ବ୍ୟତୀତ ଜ୍ୟାକି ଶ୍ରଫ୍, ନିଲ ନିତିନ ମୁକେଶ ମୁଖ୍ୟ ଚରିତ୍ରରେ ଅଛନ୍ତି। ପୂର୍ବରୁ ଫିଲ୍ମର ଗୀତକୁ ବି ବେଶ୍ ପସନ୍ଦ କରାଯାଇଛି।
















